Advertisment

BJD ମନ୍ତ୍ରୀଙ୍କ ଗାଡ଼ି ଧକ୍କାରେ ନାବାଳକ ଗୁରୁତର, ଗୋଡ଼ାଇ ଧରିଲେ ଗାଁ ଲୋକ

ଆହତ ନାବାଳକ ଘର ବିଷମକଟକ, ବେଲକଣା ବନ୍ଧୁ ଘରକୁ ଆସିଥିଲା । ଆହତ ନାବାଳକଙ୍କୁ ମନ୍ତ୍ରୀ ନିଜ ଗାଡ଼ିରେ ନେଇ ଡାକ୍ତରଖାନା ଗଲେ ।

Accident

Accident

Advertisment

 ମନ୍ତ୍ରୀଙ୍କ ଗାଡ଼ି ଧକ୍କାରେ ନାବାଳକ ଗୁରୁତର। ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ି ଧକ୍କାରେ ନାବାଳକ ଗୁରୁତର ଆହତ ହୋଇଛି। ରାୟଗଡ଼ା କଲ୍ୟାଣସିଂହପୁର ବେଲକଣା ନିକଟରେ ଦୁର୍ଘଟଣା ଘଟିଛି। ଧକ୍କା ଦେଇ ଘଟଣାସ୍ଥଳରୁ ପଳାଉଥିବା ବେଳେ ମନ୍ତ୍ରୀଙ୍କ ଗାଡ଼ିର ପିଛା କରିଥିଲେ ଲୋକେ। ଦୁର୍ଘଟଣାସ୍ଥଳଠୁ କିଛି ଦୂରରେ ବାଇକ୍‌ରେ ଗୋଡ଼େଇ ଗୋଡ଼ାଇ ମନ୍ତ୍ରୀଙ୍କୁ ଅଟକାଇଥିଲେ। 

Advertisment

ପରେ ଆହତ ନାବାଳକଙ୍କୁ ମନ୍ତ୍ରୀ ନିଜ ଗାଡ଼ିରେ ଡାକ୍ତରଖାନା ନେଇଛନ୍ତି। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାବାଳକକୁ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ନାବାଳକ ବିପଦମୁକ୍ତ ଥିବା ଜଣାପଡ଼ିଛି। ଆହତ ନାବାଳକ ଘର ବିଷମକଟକରେ। ସେ ବେଲକଣାରେ ଥିବା ବନ୍ଧୁ ଘରକୁ ବୁଲିବାକୁ ଆସିଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

BJD Minister
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ