Advertisment

ବାଇକ୍‌ରେ ଆସୁଥିଲେ ଦମ୍ପତି, ପଛରୁ ଅସି ଧକ୍କା ଦେଇ ଚାପିଦେଲା ଟ୍ରକ୍‌

ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଦୁଇଟି ଟ୍ରକ ମଝିରେ ଚାପି ହୋଇଯିବା ଫଳରେ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

anugul road accident

anugul road accident

Advertisment

ଅନୁଗୁଳ ଜାତୀୟ ରାଜପଥ ୫୫ରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଦୁଇଟି ଟ୍ରକ ମଝିରେ ଚାପି ହୋଇଯିବା ଫଳରେ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

Advertisment

ସୂଚନା ଅନୁସାରେ ଜଣେ ପୁରୁଷ ଓ ମହିଳା ଏକ ବାଇକ୍‌ରେ ବଡ଼କେରା ପଟରୁ ଅନୁଗୁଳ ଆଡକୁ ଯାଉଥିଲେ । ସେହି ସମୟରେ ତାଙ୍କ ଆଗରେ ଏକ ଟ୍ରକ୍‌ ଥିଲା । ପରେ ପଛରୁ ଆସୁଥିବା ଆଉ ଏକ ଟ୍ରକ ଉଭୟଙ୍କୁ ଧକ୍କା ଦେଇ ଆଗରେ ଯାଉଥିବା ଟ୍ରକ ପଛରେ ବାଡ଼ାଇ ହୋଇଯାଇଥିଲା । ଫଳରେ ଦୁଇ ଟ୍ରକ ମଝିରେ ଚାପି ହୋଇ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଛି ।

ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ଅନୁଗୋଳ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଛି । ମୃତ ଦମ୍ପତିଙ୍କ ପରିଚୟ ମିଳିଛି । ଉଭୟ ଗୁରଙ୍ଗ ଦେହୁରୀ ସାହିର ଅକ୍ଷୟ ବେହେରା ଓ ତାଙ୍କ ସ୍ତ୍ରୀ ମମତା ବେହେରା ବୋଲି ଜଣାପଡ଼ିଛି ।

Advertisment
Road Accident 2 Dead
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ