Advertisment

ଭୁଶୁଡିଲା ୫ମହଲା କୋଠା; ମାଟିତଳେ ଚାପି ହୋଇ ୭ମୃତ, ଫସିରହିଛନ୍ତି ଅନେକ

ବିଲ୍ଡିଂ ଭୁଶୁଡ଼ିବା ଯୋଗୁ ଧ୍ବଂସାବଶେଷ ତଳେ ଅନେକ ଲୋକ ଚାପି ହୋଇଯାଇଥିଲେ । ଏମାନଙ୍କ ମଧ୍ୟରୁ ୭ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଏବେବି ଏକାଧିକ ଲୋକ ଲୋକ ମାଟି ତଳେ ଫସିରହିଛନ୍ତି ।

ଅଦ୍ୟତନ ହୋଇଛି
Surat building collapse

Surat building collapse

Advertisment

ଗୁଜରାଟ ସୁରଟରେ ଅଘଟଣ । ପାଞ୍ଚ ମହଲା ବିଲ୍ଡିଂ ଭୁଶୁଡ଼ି ପଡ଼ିବା ଫଳରେ ୭ଜଣଙ୍କ ମୃତ୍ୟୁ ହୋଇଛି । ଏବେବି ଅନେକ ଲୋକ ଧ୍ବଂସାବଶେଷ ତଳେ ଫସିରହିଥିବା ଜଣାପଡିଛି । ଖବର ପାଇବା ପରେ ଉଦ୍ଧାରକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ ଅପରେସନ ଜାରି ରଖିଛନ୍ତି ।

Advertisment

ସୂଚନା ଅନୁଯାୟୀ, ଶନିବାର ଅପରାହ୍ନରେ ସୁରଟ ସହରରେ ଥିବା ୫ ମହାଲା ବିଲ୍ଡିଂ ଭୁଶୁଡି ଯାଇଥିଲା । ବିଲ୍ଡିଂ ଭୁଶୁଡ଼ିବା ଯୋଗୁ ଧ୍ବଂସାବଶେଷ ତଳେ ଅନେକ ଲୋକ ଚାପି ହୋଇଯାଇଥିଲେ । ଏମାନଙ୍କ ମଧ୍ୟରୁ ୭ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଏବେବି ଏକାଧିକ ଲୋକ ଲୋକ ମାଟି ତଳେ ଫସିରହିଛନ୍ତି ।ସୁରଟ ମୁଖ୍ୟ ଅଗ୍ନିଶମ ଅଧିକାରୀ ବସନ୍ତ ପାରିକ କହିଛନ୍ତି ଯେ ରାତିସାରା ସର୍ଚ୍ଚ ଅପରେସନ ଜାରି ରହିଛି। ଏଯାଏ ୭ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମାଟିତଳେ ଏବେବି ୬ରୁ ୭ଜଣ ଫସିରହିଥିବା ଆଶଙ୍କା କରାଯାଉଛି।

Advertisment

ଘଟଣାସ୍ଥଳରେ NDRF ଓ SDRF ଟିମ୍‌ ପହଞ୍ଚି ଉଦ୍ଧାରକାର୍ଯ୍ୟ ଚଳାଇଛନ୍ତି। ଏହି ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ପୋଲିସ କମିଶନର ଅନୁପମ ସିଂ ଗେହଲଟ। ତାଙ୍କ କହିବା ମୁତାବକ, ମାଟିତଳେ ଫସି ରହିଥିବା ଲୋକଙ୍କ ସ୍ୱର ଶୁଣିବାକୁ ମିଳିଥିଲା। ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିଲ୍ଡିଂଟି ୨୦୧୬-୧୭ମସିହାରେ ରେ ନିର୍ମିତ ହୋଇଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡିଛି ବିଲ୍ଡିଂରେ କାରଖାନାରେ କାମକରୁଥିବା ଲୋକମାନେ ରହୁଥିଲେ।

ସ୍ଥାନୀୟ ପୋଲିସ ଅଧିକାରୀଙ୍କ କହିବା ମୁତାବକ, ଖବର ପାଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ସୁରଟ ମହାନଗରର ମେୟର, ଡେପୁଟି ମେୟର ଏବଂ ବିଜେପି ବିଧାୟକ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ ଅପରେସନକୁ ତଦାରଖ କରୁଛନ୍ତି । ଫସିରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି । କିଛି ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଲ୍ଡିଂ କିପରି ଦବିଲା ସେନେଇ ସୁରଟ ନଗର ନିଗମ ପକ୍ଷରୁ ନୋଟିସ୍ ଜାରି କରାଯାଇଛି ।

Advertisment
Building Collapse
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ