Firemishap
ଭୟାବହ ଅଗ୍ନିକାଣ୍ଡ । ବିହାର ପାଟନା ରେଲୱେ ଜଙ୍କସନ୍ ନିକଟରେ ଭୟଙ୍କର ଅଗ୍ନିକାଣ୍ଡ । ଗୁରୁବାର ଦିନ ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ଦେଖାଯାଇଛି । ନିଆଁର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ, ପ୍ରାୟ ୬ ଜଣ ଲୋକ ଏହି ନିଆଁରେ ପୋଡ଼ି ମୃତ୍ୟୁ ବରଣ କରିଛନ୍ତି । ଅନ୍ୟପଟେ ୨୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଅଗ୍ନିକାଣ୍ଡ ଏକ ହୋଟେଲ୍ରେ ଘଟିଥିଲା।
ତେବେ ଅଗ୍ନିକାଣ୍ଡର ମୁଖ୍ୟ କାରଣ ଏବେ ସୁଦ୍ଧା ଜଣାପଡ଼ି ନାହିଁ । କିନ୍ତୁ ସିଲିଣ୍ଡର ବ୍ଲାଷ୍ଟ କିମ୍ବା ସର୍ଟ ସର୍କିଟ୍ରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଇଛି ।
ହୋମଗାର୍ଡ ଓ ଫାୟାର ସର୍ଭିସ୍ ଡିଜି ଶୋଭା ଅକ୍ସର, ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆଉ ଏହି ଅଗ୍ନିକାଣ୍ଡ ପାଇଁ ହୋଟେଲ ମାଲିକଙ୍କୁ ଦୋଷ ଦେଇଥିଲେ । ସେ କହିଥିଲେ ଆମେ ୧୬ ହଜାର ହୋଟେଲ ଯାଞ୍ଚ କରିଛୁ । ସମସ୍ତଙ୍କୁ ଫାୟାର ସେଫ୍ଟି ବ୍ୟବସ୍ଥା ରଖିବାକୁ ନିର୍ଦେଶ ଦିଆଯାଇଛି । କିଛି ଜଣ ଏହା ମାନୁଛନ୍ତି ଆଉ କିଛି ଜଣ ଏହାକୁ ମାନି ନାହାନ୍ତି । ଯାହାଫଳରେ ଆଜି ଏଭଳି ସ୍ଥିତି ଉପୁଜିଛି । ଏବେ ବି ଆମେ ବିଭିନ୍ନ ହୋଟେଲଗୁଡ଼ିକୁ ଯାଞ୍ଚ କରୁଛୁ । ସେଠାରେ ଫାୟାର ସେଫ୍ଟି ବ୍ୟବସ୍ଥାକୁ ରଖିବାକୁ ବାଧ୍ୟ କରୁଛୁ ।
ତେବେ ଏହି ଅଗ୍ନିକାଣ୍ଡ ପଛରେ ସିଲିଣ୍ଡର ବ୍ଲାଷ୍ଟ ହିଁ ମୁଖ୍ୟ କାରଣ ବୋଲି ସିନିଅର ଅଧିକାରୀ, ପ୍ରାଥମିକ ତଦନ୍ତ ପରେ ସୂଚନା ଦେଇଛନ୍ତି । ଏହି ଅଗ୍ନିକାଣ୍ଡ ସକାଳ ପ୍ରାୟ ୧୧ଟା ସମୟରେ ଘଟିଥିଲା ।
#WATCH | Bihar: Massive fire breaks out in a hotel near Golambar in Kotwali police station area, in Patna. Fire tenders present at the spot. Firefighting and rescue operations underway. 12 people rescued so far and sent to PMCH. pic.twitter.com/yp9AI3w3aV
— ANI (@ANI) April 25, 2024
#WATCH | Bihar | A massive fire broke out in a hotel near Golambar in the Kotwali police station area, in Patna. Fire tenders present at the spot. Firefighting operations are underway. https://t.co/rbO2BEldcJpic.twitter.com/KYGpxH2CiZ
— ANI (@ANI) April 25, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Firemishap_1714038476.jpg)