Advertisment

ନେପାଳ ହେଲିକପ୍ଟର ଦୁର୍ଘଟଣାରେ ୬ ମୃତ, ମୃତକଙ୍କ ମଧ୍ୟରେ ୫ ମେକ୍ସିକୋ ନାଗରିକ

କାଠମାଣ୍ଡୁ ଅଭିମୁଖେ ଯାଉଥିବା ବେଳେ ନିଖୋଜ ହୋଇଥିଲା । ହେଲିକପ୍ଟର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।

ଅଦ୍ୟତନ ହୋଇଛି
Nepal chopper crash

Nepal chopper crash

Advertisment

ନେପାଳରେ ମେକ୍ସିକୋର ପାଞ୍ଚ ଜଣ ନାଗରିକଙ୍କ ସମେତ ଛଅ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଘରୋଇ ବ୍ୟବସାୟିକ ହେଲିକପ୍ଟର ମଙ୍ଗଳବାର ଦିନ ଦେଶର ପୂର୍ବ ପାର୍ବତ୍ୟ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ହେଲିକପ୍ଟରରେ ସବାର ଥିବା ସମସ୍ତ ଛଅ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାସ୍ଥଳରୁ ଏବେ ସୁଦ୍ଧା ପାଞ୍ଚ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି ।

Advertisment

ସକାଳ ପ୍ରାୟ ୧୦ଟା ୧୫ମିନିଟରେ ହେଲିକପ୍ଟର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା ଓ ତାହା ନିଖୋଜ ହୋଇ ଯାଇଥିଲା । ହେଲିକପ୍ଟରଟି କାଠମାଣ୍ଡୁରୁ ସୋଲୁଖୁମ୍ବୁକୁ ଯାଉଥିବା ବେଳେ ନିଖୋଜ ହୋଇଯାଇଥିଲା । ଖୋଜାଖୋଜି ପରେ ହେଲିକପ୍ଟର ଧ୍ୱଂସାବଶେଷ ମିଳିଛି । ହେଲେ ପରିତାପର ବିଷୟ ସମସ୍ତ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ହେଲିକପ୍ଟରଟି କାଠମାଣ୍ଡୁର ମ୍ୟାନେଜ ଏୟାରଲାଇନ୍ସର ହେଲିକପ୍ଟର ବୋଲି ଜଣାଯାଇଛି । ଏହି ଏୟାରଲାଇନ୍ସ ସଂସ୍ଥା ଦେଶରେ ଭଡ଼ାରେ ହେଲିକପ୍ଟର ଯୋଗାଇଥାଏ ।

ନେପାଳ ଏୟାରପୋର୍ଟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସୁଦୂର ପାର୍ବତ୍ୟ ସୋଲୁଖମ୍ବୁ ଜିଲ୍ଲାର ଲିକେପିଖେ ଗ୍ରାମୀଣ ନଗରପାଳିକାର ଲାମଜୁରା ଅଞ୍ଚଳରେ ଏହି ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏପର୍ଯ୍ୟନ୍ତ ବିସ୍ତୃତ ରିପୋର୍ଟ ମିଳି ପାରିନାହିଁ । ହେଲିକପ୍ଟର ପ୍ରଚଣ୍ଡ ବିସ୍ଫୋରଣ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି ।

Advertisment
Nepal Mount Everest Chopper Crash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ