Advertisment

ବାହାଘର ଭୋଜି ଖାଇ ଫେରୁଥିଲେ : ଗଛକୁ ଧକ୍କା ଦେଲା କାର୍, ୫ ମୃତ

କାଳର କୋଳରକୁ ଚାଲିଗଲା ଜୀବନ । ଭୋଜି ଖାଇ ଫେରୁଥିବା ବେଳେ ହେଲା ଭୟଙ୍କର ଦୁ‍ର୍ଘଟଣା, ଚାଲିଗଲା ୫ ଜୀବନ ।

ଅଦ୍ୟତନ ହୋଇଛି
road accident

road accident

Advertisment

ଭୋଜି ଖାଇ ଫେରୁଥିବା ବେଳେ ଛକି ବସିଥିଲା ନିଷ୍ଠୁର ମୃତ୍ୟୁ । ବାଛି ବାଛି ନେଇଗଲା ଜୀବନ । ଝାଡ଼ଖଣ୍ଡ ଗିରିଡିହ ଜିଲ୍ଲାରେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଦୁଇ ପିଲାଙ୍କ ସମେତ ପାଞ୍ଚ ଜଣ ପ୍ରାଣ ହରାଇଛନ୍ତି । ବିବାହ ଭୋଜିରେ ଯୋଗଦେଇ ଏକ ଏସୟୁଭି ଗାଡ଼ିରେ ଫେରୁଥିବା ବେଳେ କାର୍‌ଟି ରାସ୍ତା କଡ଼ରେ ଥିବା ଏକ ଗଛ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି କାରଣରୁ ଗାଡିରେ ଯାଉଥିବା ୧୦ ଜଣଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କର ହିଁ ଘଟଣାସ୍ଥଳରେ ଜୀବନ ଚାଲିଯାଇଥିଲା । ଅନ୍ୟ ପାଞ୍ଚ ଗୁରୁତର ଆହତ ହୋଇଛନ୍ତି । ଶନିବାର ଭୋର ପ୍ରାୟ ୩ଟା ସମୟରେ ମୁଫସିଲ ଥାନା ଅନ୍ତର୍ଗତ ବାଗମାରା ଠାରେ ଏହି ଦୁର୍ଘଟଣା ଘଟିଥିବା ପୋଲିସ କହିଛି।

Advertisment

ଝାଡ଼ଖଣ୍ଡର ବିରନୀ ଥୋରିଆରୁ ଗିରିଡିହର ଡିକୋଡିହ ଅଞ୍ଚଳକୁ ଏକ କାର୍‌ରେ ୧୦ ଜଣ ଭୋଜି ଖାଇ ଫେରୁଥିଲେ । ମାତ୍ର ଗାଡ଼ିଟି ବିଳମ୍ବିତ ରାତି ପ୍ରାୟ ୩ ଟା ବେଳେ ଲୁକୈୟା ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ଡ୍ରାଇଭର ଗାଡ଼ିରୁ ନିୟନ୍ତ୍ରଣ ହରାଇ ବସିଲେ । ଫଳରେ ଗାଡ଼ିଟି ଏକ ଗଛରେ ଜୋରରେ ପିଟି ହୋଇ ଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଯେ, କାର୍‌ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହି ଅଘଟଣ ପରେ ସ୍ଥାନୀୟ ଲୋକେ ଧାଇଁ ଯାଇ କାର୍‌ରେ ଥିବା ୫ଜଣ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ କରିଥିଲେ । କିନ୍ତୁ ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ଘଟିଲା।

ଡ୍ରାଇଭରର ଆଖି ଲାଗି ଯାଇଥିଲା...

 ଗାଡ଼ି ଚଳାଇବା ସମୟରେ ଚାଳକଙ୍କ ଆଖି ଲାଗି ଯାଇଥିବା ଏସଡିପିଓ କହିଛନ୍ତି । “ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ୫ ଜଣ ଆହତ ହୋଇଥିବା ସେ କହିଛନ୍ତି । ଦୁର୍ଘଟଣା ପରେ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ଅନ୍ୟପଟେ ଶବଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି ।

Advertisment
Road Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ