Advertisment

Passengers Fall Off From Train: ଚଳନ୍ତା ଟ୍ରେନରୁ ଖସି ୫ ମୃତ, ଅନେକ ଯାତ୍ରୀ ଆହତ

ମୁମ୍ବାଇରେ ଚଳନ୍ତା ଟ୍ରେନରୁ ଖସିପଡିଲେ ଯାତ୍ରୀ । ପାଖାପାଖି ୧୦-୧୨ ଜଣ ଟ୍ରେନରୁ ଖସିପଡିଛନ୍ତି । ଘଟଣାସ୍ଥଳରେ ୫ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ମାତ୍ରାଧିକ ଲୋକ ଯାତ୍ରା କରୁଥିବାରୁ ଏପରି  ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି ।

ଅଦ୍ୟତନ ହୋଇଛି
Passengers Fall Off

Passengers Fall Off

Advertisment

ଚଳନ୍ତା ଟ୍ରେନରୁ ଖସିପଡିଲେ ଯାତ୍ରୀ । ଫଳରେ  ୫  ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏଭଳି ଅଘଟଣ ଘଟିଛି ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସରେ । ରେଳବାଇ ଅଧିକାରୀଙ୍କ ସୂଚନା ଅନୁସାରେ ପାଖାପାଖି ୧୦-୧୨ ଜଣ ଟ୍ରେନରୁ ଖସିପଡିଛନ୍ତି । ସେମାନଙ୍କ ମଧ୍ୟରୁ ଘଟଣାସ୍ଥଳରେ ୫  ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଟ୍ରେନରେ ମାତ୍ରାଧିକ ଯାତ୍ରୀ ଯାତ୍ରା କରୁଥିବାରୁ ଏପରି  ଅଘଟଣ ଘଟିଥିବା କୁହାଯାଉଛି ।  ମୃତ୍ୟୁ ସଂଖ୍ୟା ବଢିବା ନେଇ ସନ୍ଦେହ କରାଯାଉଛି । ସେପଟେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । 

Advertisment

ମିଳିଥିବା ସୂଚନା ଅନୁସାରେ, ଟ୍ରେନରେ ପ୍ରବଳ ଭିଡ଼ ଥିଲା । ମାତ୍ରାଧିକ ଯାତ୍ରୀ ଟ୍ରେନରେ ଥିବାରୁ କିଛି ଲୋକ ଡୋର୍ ନିକଟରେ ଛିଡା ହୋଇଥିଲେ । ତେବେ ଡୋର୍ ନିକଟରେ ଛିଡା ହୋଇଥିବା ଯାତ୍ରୀଙ୍କ ମଧ୍ୟରୁ ପାଖାପାଖି ୧୦-୧୨ ଜଣ ଖସିପଡିଥିବା ଜଣାପଡ଼ିଛି ।  ୫  ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ଅଧିକ ପଢନ୍ତୁ :  ରେଳ ଟ୍ରାକ୍ ମଝିରେ କରୁଥିଲେ ରିଲ୍ସ; ଦ୍ରୁତ ଗତିରେ ଆସିଲା ଟ୍ରେନ୍, ଆଉ ତା’ପରେ

Advertisment
Mumbai Train Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ