Advertisment

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ବସ୍-ଟ୍ୟାଙ୍କର ଧକ୍କା, ୪ ମୃତ...

ବ୍ରହ୍ମପୁର ସମରଝୋଳ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯାତ୍ରୀବାହୀ ବସ ଓ ତେଲ ଟ୍ୟାଙ୍କର ମଧ୍ୟରେ ଧକ୍କା ।

ଅଦ୍ୟତନ ହୋଇଛି
road accident

road accident

Advertisment

ବ୍ରହ୍ମପୁର ସମରଝୋଳ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଯାତ୍ରୀବାହୀ ବସ ସହ ତେଲ ଟ୍ୟାଙ୍କର ଧକ୍କା ହେବା ଫଳରେ ୪ ଜଣଙ୍କ ମୃତ୍ୟୁ ୨୦ରୁ ଅଧିକ ଆହତ। ଯାତ୍ରୀବାହୀ ବସ୍‌ଟି ଆସିକାରୁ ବ୍ରହ୍ମପୁର ପଟକୁ ଆସୁଥିବା ବେଳେ ତେଲ ଟ୍ୟାଙ୍କରଟି ବ୍ରହ୍ମପୁରରୁ ଆସିକା ଆଡ଼କୁ ଯାଉଥିଲା। ସମର ଝୋଳ ଛକରେ ତେଲ ଟ୍ୟାଙ୍କରଟି ଏକ ଟ୍ରକ୍‌କୁ ଓଭର ଟେକ୍ କରି ଯିବାକୁ ଚେଷ୍ଟା କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

Advertisment

ତେଲ ଟ୍ୟାଙ୍କରଟି ଦୁର୍ଘଟଣା ପରେ ରାସ୍ତାକଡ ନିକଟରେ ଥିବା ଏକ ଚା ଦୋକାନ ଉପରକୁ ମାଡି ଯାଇଥିଲେ। ଦୁର୍ଘଟଣା ପରେ ଏହି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

Advertisment

ଗଞ୍ଜାମ ସମରଝୋଳ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ଘୋଷଣା କଲେ ସରକାର । ସମବେଦନା ସହ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁତର ଆହତଙ୍କୁ ୧ ଲକ୍ଷ ଲେଖାଏଁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଲେ । ଆହତଙ୍କ ଚିକିତ୍ସା ସଂପୂର୍ଣ୍ଣ ମାଗଣା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Accident In Ganjam Road Accident Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ