Advertisment

Road Accident: ରାଜଧାନୀରେ ସିରିଜ୍ ଦୁର୍ଘଟଣା; ମୋ ବସ୍‌କୁ ଧକ୍କା ଦେଲା ମୋ ବସ୍‌

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ରାସ୍ତାରେ ଉଭୟ ପାର୍ଶ୍ୱରେ ଗାଡ଼ି ମଟର ଅଟକି ରହିଥିଲା। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା।

ଅଦ୍ୟତନ ହୋଇଛି
Road Accident

Road Accident

Advertisment

ରାଜଧାନୀରେ ଘଟିଛି ସିରିଜ ଦୁର୍ଘଟଣା। ଭାରସାମ୍ୟ ହରାଇ ମୋ ବସ୍‌କୁ ପିଟିଲା ମୋ ବସ୍‌। ଦୁର୍ଘଟଣାରେ ୩ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଆଜି ସକାଳେ ଇଭି ମୋ ବସ୍‌ଟି ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ ଯାଉଥିଲା। ତା’ପଛରେ ଅନ୍ୟ ଗାଡ଼ି ଗୁଡ଼ିକ ଥିଲା। ହଠାତ୍ ଟ୍ରାଫିକ ପୋଷ୍ଟ ନିକଟରେ ଇଭି ମୋ ବସ୍‌ଟି ହଠାତ୍ ବ୍ରେକ ମାରିଥିଲା। ଫଳରେ ତା’ପଛରେ ଥିବା ଅନ୍ୟ ମୋ ବସ୍‌ଟି ଇଭି ମୋ ବସ୍‌କୁ ସହ ପିଟି ହୋଇଯାଇଥିଲା।  ପରେ ପଛରେ ଥିବା ୨ଟି କାର ସହ ମୋ ବସଟି ପିଟି ହୋଇଥିଲା। ଦୁର୍ଘଟଣାରେ ୪ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୩ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଆହତ ଯାତ୍ରୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ରାସ୍ତାରେ ଉଭୟ ପାର୍ଶ୍ୱରେ ଗାଡ଼ି ମଟର ଅଟକି ରହିଥିଲା। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ପରେ ଉତ୍ତେଜନା ଥମିଥିଲା। ପରେ ଦୁର୍ଘଟଣାଗ୍ରସ୍ତ ମୋ ବସକୁ ଡିପୋକୁ ନିଆଯାଇଥିବା ଜଣାଯାଇଛି। 

Advertisment

ତେବେ କାହିଁକି ଏହି ଦୁର୍ଘଟଣା ଘଟିଲା, କାହାର ଭୁଲ୍ ଥିଲା, ମୋ ବସ୍ ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଥିଲେ କି? ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି ।

ଅଧିକ ପଢ଼ନ୍ତୁ: ସଇତାନ୍ ସ୍ୱାମୀର ଜଘନ୍ୟ କାଣ୍ଡ; ସ୍ତ୍ରୀକୁ ମାରି କୁକରରେ ରାନ୍ଧିଲା, ବଳକା ଅଂଗ ହ୍ରଦରେ ଫିଙ୍ଗିଲା

Advertisment
Bhubaneswar Bus Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ