ମେଡିସିନ୍ କମ୍ପାନୀରେ ଭୟଙ୍କର ବିସ୍ଫୋରଣ, ୪ ମୃତ ୨୦ ଗୁରୁତର

ମେଡିସିନ୍ କମ୍ପାନୀରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଆହତ ।

Explosion at Pharma firm

ଆନ୍ଧ୍ରପ୍ରଦେଶର ଅଚୁତପୁରମ୍ ସ୍ପେଶାଲ୍ ଇକୋନୋମିକ୍ ଜୋନର (SEZ) ଏକ ଫାର୍ମା କମ୍ପାନୀ, ଏସେଣ୍ଟିଆରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି । ଲଞ୍ଚ୍ ସମୟରେ ଏହି ଅଘଟଣ ଘଟିଥିବା କୁହାଯାଉଛି । 

ବିସ୍ଫୋରଣ ପରେ କମ୍ପାନୀ ପରିସର ସଂପୂର୍ଣ୍ଣ ଧୂଆଁମୟ ହୋଇଯାଇଥିଲା । ଫଳରେ ଲୋକେ ଅଣନିଶ୍ୱାସୀ ଅନୁଭବ କରିଥିଲେ । କର୍ମଚାରୀଙ୍କୁ ନାକ ଘୋଡ଼ାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । କମ୍ପାନୀ ପରିସର ମଧ୍ୟକୁ ଆମ୍ବୁଲାନ୍ସ ପ୍ରବେଶ କରିବାର ମଧ୍ୟ ଦେଖାଯାଇଛି । ସ୍ଥାନୀୟ ଅନକାପଲ୍ଲୀ ଏସପି ଦୀପିକା ପାଟିଲ ମୃତ୍ୟୁ ସଂଖ୍ୟା ନେଇ ସ୍ପଷ୍ଟ କରିଛନ୍ତି । ଏଥିସହ ବିସ୍ଫୋରଣ ସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଥିବା କହିଛନ୍ତି । ବିସ୍ଫୋରଣ ପରେ ବିଲ୍ଡିଂରେ ନିଆଁ ଓ ଧୂଆଁ ରହିଛି । 

ସମସ୍ତ ଆହତଙ୍କୁ ଅନକାପଲ୍ଲୀ ଏନଟିଆର ହସ୍ପିଟାଲ ଓ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ଘଟିଥିବା ସ୍ଥାନରୁ ଏଯାବତ ୧୦ଜଣଙ୍କୁ ଉଦ୍ଧାର କରାଯାଇଛି । ଘଟଣା ସ୍ଥଳରେ ପୋଲିସ ଓ ଫାୟାର ଟିମ ମହଜୁଦ ରହିଛନ୍ତି ।