Advertisment

ସାବରମତି-ଆଗ୍ରା ସୁପରଫାଷ୍ଟ ଏକ୍ସପ୍ରେସ ଲାଇନଚ୍ୟୁତ; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଯାତ୍ରୀମାନେ କହିଛନ୍ତି ଯେ ରାତି ପ୍ରାୟ ଗୋଟାଏ ସମୟରେ ଏହି ଘଟଣା ଘଟିଛି। ହଠାତ୍ ଏକ ଜୋରରେ ଶବ୍ଦ ଶୁଣି ସେମାନଙ୍କର ନିଦ ଭାଙ୍ଗିଯାଇଥିଲା। ଦେଖିବା ବେଳରୁ ଟ୍ରେନଟି ଟ୍ରାକ ତଳକୁ ଖସିଯାଇଛି।

ଅଦ୍ୟତନ ହୋଇଛି
Train Derail In Rajasthan

Train Derail

Advertisment

ଲାଇନଚ୍ୟୁତ ହେଲା ସାବରମତି-ଆଗ୍ରା ସୁପରଫାଷ୍ଟ ଏକ୍ସପ୍ରେସ। ବିଳମ୍ୱିତ ରାତି ପ୍ରାୟ ଗୋଟାଏରେ ରାଜସ୍ଥାନ ଅଜମେରର ମଦର ରେଳ ଷ୍ଟେସନ ନିକଟରେ ଘଟିଛି ଦୁର୍ଘଟଣା। ଏକ୍ସପ୍ରେସର ଇଞ୍ଜିନ ସମେତ ୪ଟି କୋଚ୍ ଡିରେଲ୍ ହୋଇଛି। ତେବେ ଏଥିରେ କୌଣସି ଯାତ୍ରୀଙ୍କର ମୃତ୍ୟୁ ହୋଇନଥିବା ସୂଚନା ମିଳିଛି।

Advertisment

ଅଧିକାରୀଙ୍କ ସୂଚନା ଅନୁଯାୟୀ ସାବରମତି-ଆଗ୍ରା ସୁପରଫାଷ୍ଟ ଟ୍ରେନର ଇଞ୍ଜିନ ସହିତ ଚାରି କୋଚ୍ ମଦର ରେଳ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହେବା ଖବର ମିଳିଥିଲା। ତୁରନ୍ତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଯାତ୍ରୀମାନେ କହିଛନ୍ତି ଯେ ରାତି ପ୍ରାୟ ଗୋଟାଏ ସମୟରେ ଏହି ଘଟଣା ଘଟିଛି। ହଠାତ୍ ଏକ ଜୋରରେ ଶବ୍ଦ ଶୁଣି ସେମାନଙ୍କର ନିଦ ଭାଙ୍ଗିଯାଇଥିଲା। ଦେଖିବା ବେଳରୁ ଟ୍ରେନଟି ଟ୍ରାକ ତଳକୁ ଖସିଯାଇଛି।

Advertisment

ରେଳ ସୁରକ୍ଷା ବଳ (ଆରପିଏଫ), ସରକାରୀ ରେଳ ପୋଲିସ (GRP) ସହିତ ଅତିରିକ୍ତ ବିଭାଗୀୟ ରେଳ ପରିଚାଳକ (ଏଡିଆରଏମ) ଏବଂ ବରିଷ୍ଠ ଅଧିକାରୀଙ୍କ ସମେତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ଅଛନ୍ତି। କ୍ଷତିଗ୍ରସ୍ତ କୋଚ୍ ଏବଂ ଇଞ୍ଜିନକୁ ରେଳ ଧାରଣାରୁ ଉଠାଇବା କାମ ଚାଲିଛି। ଏଥିସହ ଟ୍ରାକକୁ ମରାମତି ଚାଲିଛି।

ପୁନରୁଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ଉତ୍ତର ପଶ୍ଚିମ ରେଳ ବିଭାଗର ମୁଖ୍ୟ ଜନସମ୍ପର୍କ ଅଧିକାରୀ (ସିପିଆରଓ) କ୍ୟାପଟେନ ଶଶି କିରଣ କହିଛନ୍ତି ଯେ ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇ ନାହିଁ। ଆମେ ଆଶା କରୁଛୁ ଆମର ଦଳ ଶୀଘ୍ର ରେଳଧାରଣା ମରାମତି କରିବ। ବରିଷ୍ଠ ଅଧିକାରୀମାନେ ମଧ୍ୟ ପୁନରୁଦ୍ଧାର କାର୍ଯ୍ୟ ଉପରେ ନଜର ରଖିଛନ୍ତି। ଯାତ୍ରୀମାନଙ୍କ ପାଇଁ 0145-2429642 ହେଲ୍ପଲାଇନ ନମ୍ବର ଜାରି କରାଯାଇଛି।

Advertisment
Train Accident Train Derails
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ