Advertisment

ହୋଟେଲ୍‌ରେ ଚାଲିଥିଲା ସେଲିବ୍ରେସନ୍‌, ହଠାତ୍‌ ହେଲା ଭୟଙ୍କର ଗ୍ୟାସ୍‌ ବିସ୍ଫୋରଣ...୩୧ ମୃତ

ହୋଟେଲ୍‌ରେ ଚାଲିଥିଲା ସେଲିବ୍ରେସନ୍‌। ହଠାତ୍‌ ହେଲା ଭୟଙ୍କର ଗ୍ୟାସ୍‌ ବିସ୍ଫୋରଣ। ବୁଧବାର ରାତି ୮ଟା ୪୦ରେ ରାଜଧାନୀ ୟିନ୍‌ଚୁଆନ୍‌ରେ ଥିବା ବାର୍ବିକିୟୁ ରେଷ୍ଟୁରାଣ୍ଟରେ ଏହି ବିସ୍ଫୋରଣ ହୋଇଥିଲା।

ଅଦ୍ୟତନ ହୋଇଛି
31 killed as gas explosion rocks in China

31 killed as gas explosion rocks in China

Advertisment

ହୋଟେଲ୍‌ରେ ଚାଲିଥିଲା ସେଲିବ୍ରେସନ୍‌। ହଠାତ୍‌ ହେଲା ଭୟଙ୍କର ଗ୍ୟାସ୍‌ ବିସ୍ଫୋରଣ। ଏଥିରେ ୩୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଚୀନ୍‌ର ଉତ୍ତର-ପଶ୍ଚିମ ନିଙ୍ଗ୍‌କ୍ସିଆ ଅଞ୍ଚଳରେ ଏହି ଭୟଙ୍କର ଗ୍ୟାସ୍‌ ବିସ୍ଫୋରଣ ହୋଇଛି। ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

Advertisment

ବୁଧବାର ରାତି ୮ଟା ୪୦ରେ ରାଜଧାନୀ ୟିନ୍‌ଚୁଆନ୍‌ରେ ଥିବା ବାର୍ବିକିୟୁ ରେଷ୍ଟୁରାଣ୍ଟରେ ଏହି ବିସ୍ଫୋରଣ ହୋଇଥିଲା। ସେଲିବ୍ରେସନ୍‌ ପାଇଁ ଲୋକମାନେ ଏକାଠି ହୋଇଥିବା ବେଳେ ଏହି ଭୟଙ୍କର ବିସ୍ଫୋରଣ ଘଟିଥିଲା। ରେଷ୍ଟୁରାଣ୍ଟରେ ଥିବା ପେଟ୍ରୋଲିୟମ ଗ୍ୟାସ୍‌ ଟ୍ୟାଙ୍କ୍‌ ଲିଙ୍କ୍‌ ଯୋଗୁ ବିସ୍ଫୋରଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସେପଟେ ବିସ୍ଫୋରଣରେ ଆହତଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ ଲାଗି ଚୀନ ରାଷ୍ଟ୍ରପତି ଜିନ୍‌ପିଙ୍ଗ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗୋଟିଏ ପଟେ ଚୀନରେ ନିରାପତ୍ତା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ପ୍ରୟାସ ଜାରି ସତ୍ତ୍ୱେ ଗ୍ୟାସ୍‌ ଓ କେମିକାଲ୍‌ ବିସ୍ଫୋରଣ ଭଳି ଘଟଣା ଘଟିବାରେ ଲାଗିଛି। ୨୦୧୫ରେ ତିଆନ୍‌ଜିନ୍‌ ସହରରେ ସିରିଜ୍‌ ବିସ୍ଫୋରଣ ଘଟି ୧୭୩ ଜଣଙ୍କ ମୃତ୍ୟୁ ହୋଇଥିଲା। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ