ଚଳନ୍ତା ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ୩୦ ଜଣ ଜୀବନ୍ତ ଦଗ୍ଧ

ବିକଳ ଚିତ୍କାରରେ ଫାଟି ପଡ଼ୁଥିଲା ସ୍ଥାନୀୟ ଅଞ୍ଚଳ । ବସ୍ ଭିତରେ ଜୀବନ୍ତ ଜଳିଗଲେ ୩୦ ଜଣ ।

bus fire

ପଡ଼ୋଶୀ ଦେଶ ପାକିସ୍ତାନରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଭୟଙ୍କର ବସ୍ ଦୁର୍ଘଟଣା ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି । କରାଚିରୁ ଇସଲାମାବାଦ ଯାଉଥିବା ଏକ ବସ୍‌ରେ ନିଆଁ ଲାଗିଯିବାରୁ ୩୦ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ସମୟରେ ବସ୍‌ରେ ୪୦ ରୁ ଅଧିକ ଲୋକ ଯାତ୍ରା କରୁଥିଲେ । ବର୍ତ୍ତମାନ ଜଳୁଥିବା ବସର ଏକ ଚିତ୍ର ସାମ୍ନାକୁ ଆସିଛି, ଯେଉଁଥିରୁ ଭୟଙ୍କର ନିଆଁ ବାହାରୁଥିବା ଦେଖିବାକୁ ମିଳୁଛି । ଏହି ଦୁର୍ଘଟଣାରେ ୭ ଜଣ ଗୁରୁତର ଆହତ ହୋଇଥିବା କୁହାଯାଉଛି ।

ପୋଲିସର ସୂଚନା ଅନୁସାରେ, ନିଆଁ ଲାଗିଥିବା ବସ୍ ରାଜଧାନୀ ଇସଲାମାବାଦରୁ କରାଚି ଅଭିମୁଖେ ଯାତ୍ରା କରୁଥିଲା । ଅନ୍ୟପକ୍ଷରେ ଉଦ୍ଧାର କାର୍ଯ୍ୟରେ କରୁଥିବା ଲୋକେ କହିଛନ୍ତି, ପିଣ୍ଡି ଭାଟିଆ ନିକଟରେ ପହଞ୍ଚିବା ପରେ ଏହି ଯନ୍ତ୍ରଣାଦାୟକ ଦୁର୍ଘଟଣା ଘଟିଛି । ଏଠାରେ ପହଞ୍ଚିବାର କିଛି ସମୟ ପରେ ବସ୍‌ରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ ବସ୍‌ଟି ଜଳିପୋଡ଼ି ଛାରଖାର ଯାଇଛି ।

ସୂଚନା ଅନୁସାରେ ପ୍ରଥମ ବସଟି ଦୁର୍ଘଟଣାର ଶିକାର ହୋଇଥିଲା। ଏହା ପରେ ଦେଖୁଦେଖୁ ବସ୍‌ରେ ନିଆଁ ଲାଗିଯାଇଥିଲା । ଏବେ ସୁଦ୍ଧା ୩୦ ଜଣଙ୍କର ମୃତ୍ୟୁ ସ୍ପଷ୍ଟ ହୋଇଛି। ଅନ୍ୟ ସମସ୍ତେ ଗୁରୁତର ଆହତ ହୋଇଥିବା କୁହାଯାଉଛି । ଦୁର୍ଘଟଣାର ଖବର ପାଇବା ପରେ ପଞ୍ଜାବ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ବର୍ତ୍ତମାନ ମୃତଦେହ ଚିହ୍ନଟ କରାଯାଉଛି ।

ଏହାରି ଭିତରେ ପୋଲିସ୍ ଦୁର୍ଘଟଣାର କାରଣ ସ୍ପଷ୍ଟ କରିଛି । ବସ୍ ଦ୍ରୁତ ଗତିରେ ଯାଉଥିଲା ବେଳେ ଏକ ପିକଅପ୍ ଭ୍ୟାନ୍ ସହିତ ଧକ୍କା ହୋଇଥିଲା । ଆଉ ସେହି ଭ୍ୟାନରେ ବହୁ ପରିମାଣର ଡିଜେଲ ଭର୍ତ୍ତି ଥିଲା । ଏହି କାରଣରୁ ଧକ୍କା ହେବାର କିଛି ସମୟ ପରେ ବସ୍‌ରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ପ୍ରାୟ ଲୋକ ଜୀବନ ହରାଇଥିଲେ ।