3 members of a family killed in road accident in koraput
ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୩ ଜୀବନ। ଟ୍ୟାଙ୍କର-କାର୍ ମଧ୍ୟରେ ଧକ୍କା ଯୋଗୁ ୩ ଜଣଙ୍କର ମୃତ୍ୟୁ ହୋଇଛି। କୋରାପୁଟ ଜିଲ୍ଲା ପଟାଙ୍ଗି ଅଂଚଳର ପୁଙ୍ଗାର ଗାଁ ନିକଟରେ ଆଜି ସକାଳ ୬ଟାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ସ୍ୱାମୀ, ସ୍ତ୍ରୀ ଓ ସେମାନଙ୍କର ଛୋଟ ଝିଅର ମୃତ୍ୟୁ ହୋଇଛି।
ସୂଚନା ଅନୁସାରେ, ଏମାନେ ସମସ୍ତେ କାର୍ରେ ଜୟପୁରରୁ ବିଶାଖାପାଟଣା ଯାଉଥିଲେ। ଏହି ସମୟରେ ପୁଙ୍ଗାର ଗାଁ ନିକଟ ଜାତୀୟ ରାଜପଥରେ ବିପରୀତ ଦିଗରୁ ଆସୁଥିବା ଏକ ଏସିଡ୍ ଟ୍ୟାଙ୍କର ସହ କାର୍ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସ୍ୱାମୀ, ସ୍ତ୍ରୀ ଓ ସେମାନଙ୍କର ୬ ବର୍ଷୀୟା ଝିଅର ମୃତ୍ୟୁ ହୋଇଥିଲା।
ଖବର ପାଇ ପୋଟାଙ୍ଗି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ଏହାସହ ଟ୍ୟାଙ୍କର ଡ୍ରାଇଭରଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1687835480.jpg)