accident
ପରିବା ବିକ୍ରି କରି ଘରକୁ ଫେରୁଥିଲେ । ବାଟରେ ଛକି ବସିଥିଲା ମୃତ୍ୟୁ । କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ଅଟୋ ଓ ବୋଲେରୋ ପିକ୍ଅପ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ବର୍ତ୍ତମାନ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ ଆଜି ସକାଳେ ୭ଜଣ ପରିବା ବିକାଳି ଏକ ଅଟୋ ଯୋଗେ କେନ୍ଦୁଝର ବଜାରରୁ ପରିବା ବିକ୍ରି କରି ନିଜ ଘର ବଡ଼ କଣ୍ଡମରାକୁ ଫେରୁଥିଲେ । ବସନ୍ତପୁର ନିକଟରେ ବିପରୀତ ଦିଗରୁ ଆସୁଥିବା ପିକ୍ଅପ୍ ଭ୍ୟାନ୍ ସହ ଅଟୋର ମୁହାଁମୁହିଁ ଧକ୍କା ହୋଇଥିଲା । ମୃତ ମାନେ ହେଲେ ଜୀବନ ନାୟକ, ରାଧୁ ନାୟକ, ନବୀନ ନାୟକ ଓ ପ୍ରହଲ୍ଲାଦ ନାୟକ । ଅନ୍ୟ ୪ ଗୁରୁତର ଏବେ ବି ଚିକିତ୍ସାଧୀନ ଅଛନ୍ତି ।
ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହ ତଦନ୍ତ ଜାରି ରଖିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ମୃତକ ଓ ଆହତଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ନରଣପୁର-ଡୁବୁରୀ ରାସ୍ତା ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/accident_1674890929.jpg)