Advertisment

Odisha Train Tragedy: ଦାଦନ ଖଟିବାକୁ ଚେନ୍ନାଇ ଯାଉଥିଲେ ଚାରି ସାଙ୍ଗ, ଏବେ ଗାଁକୁ ଫେରିଲା ଶବ

ବିଡ଼ମ୍ବନା ତିନି ସାଙ୍ଗଙ୍କ ମୃତ ଦେହ ମିଳିଥିବା ବେଳେ ଅନ୍ୟ ଜଣଙ୍କ ଚିହ୍ନଟ ନେଇ ବିବାଦ ପରେ ପରିବାର ଏବେ ଅପେକ୍ଷା କରିଛି କେବେ ମିଳିବ ଶବ ଆଉ କେବେ ହେବ ସତ୍କାର

ଅଦ୍ୟତନ ହୋଇଛି
Odisha Train Crash

Odisha Train Crash

Advertisment

ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ଦୁଃଖ ଯେମିତି ପିଛା ଛାଡ଼ୁନି । କିଏ ପୁଅ ହରେଇଛି ତ କିଏ ସ୍ୱାମୀ ହରେଇଛି ତ କିଏ ପୁଣି ବାପକୁ ହରେଇଛି । ମୟୁରଭଞ୍ଜ ଜିଲ୍ଲାରେ ନଅ ନଅ ଜଣଙ୍କ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ଫୁଟକିଶୋଳ ଗାଁର ଚାରି ଜଣ ସାଙ୍ଗଙ୍କ ଜୀବନ ଏକା ସାଙ୍ଗରେ ଯିବା ସମଗ୍ର ଅଞ୍ଚଳକୁ ଦୋହଲାଇ ଦେଇଛି ।

Advertisment

ହେଲେ ବିଡ଼ମ୍ବନା ତିନି ସାଙ୍ଗଙ୍କ ମୃତ ଦେହ ମିଳିଥିବା ବେଳେ ଅନ୍ୟ ଜଣଙ୍କ ଚିହ୍ନଟ ନେଇ ବିବାଦ ପରେ ପରିବାର ଏବେ ଅପେକ୍ଷା କରିଛି କେବେ ମିଳିବ ଶବ ଆଉ କେବେ ହେବ ସତ୍କାର। ଏମିତି ଏକ ଖବର ପହଞ୍ଚିବା ପରେ ମୟୁରଭଞ୍ଜ ଜିଲ୍ଲା ମୋରଡା ବ୍ଲକର ଫୁଟକିଶୋଳ ଗାଁ କାନ୍ଦବୋବାଳିରେ ଫାଟି ପଡୁଛି । ଏଇ ଗାଁ ର ସତ୍ୟ ,ଭରତ, କୀର୍ତ୍ତନ ଏବଂ ବ୍ରହ୍ମାନନ୍ଦ ଚାରି ଜଣ ଛୁଆ ବେଳୁ ଘନିଷ୍ଠ ବନ୍ଧୁ । ଏକା ସାଙ୍ଗରେ ଖେଳନ୍ତି ଏକା ସାଙ୍ଗରେ ବୁଲନ୍ତି ଏକା ସାଙ୍ଗରେ ହାଟବାଟ ବି କରନ୍ତି । ଠିକ୍ ସେଇଭଳି ଏକା ସାଙ୍ଗରେ ଯାଉଥିଲେ ଚେନ୍ନାଇ ଦାଦନ ଖଟିବାକୁ ।

ଘରେ ବୁଢ଼ା ବାପା, ମା, ସ୍ତ୍ରୀ, ଛୁଆ ପିଲା ସମସ୍ତଙ୍କ ପାଇଁ ଭଲ ଘରଟିଏ କରିବା, ପିଲା କିଭଳି ଭଲ ସ୍କୁଲରେ ପାଠ ପଢିପାରିବେ..ଏମିତି ଅନେକ ସ୍ୱପ୍ନ ନେଇ ଏମାନେ ଏକା ସାଙ୍ଗରେ ଘରୁ ବାହାରି ଯାଇଥିଲେ ଚେନ୍ନାଇ । ହେଲେ ଖବର ଆସିଲା ଭୟଙ୍କର ଟ୍ରେନ ଦୁର୍ଘଟଣା ସଂପର୍କରେ । ୪ ସାଙ୍ଗ ଥିଲେ ଗୋଟିଏ ବଗିରେ ।

Advertisment

ଆଉ ଏଇ ଦୁର୍ଘଟଣାରେ ଚାରି ଜଣଙ୍କ ଏକା ସାଙ୍ଗରେ ମୃତ୍ୟୁ ଘଟିଛି । ୩ ସାଙ୍ଗଙ୍କ ଶବ ଗାଁରେ ପହଞ୍ଚିସାରିଥିବା ବେଳେ ବ୍ରହ୍ମାନନ୍ଦଙ୍କ ଶବ ଚିହ୍ନଟ ହୋଇପାରୁନଥିବାରୁ ଏଯାଏଁ ପହଞ୍ଚି ପାରିନି। ବ୍ରହ୍ମାନନ୍ଦଙ୍କ ପୁରା ପରିବାର ଦିନ ରାତି ଘର ସମ୍ମୁଖରେ ଶବ ପାଇଁ ଅପେକ୍ଷାରତ, କେତେବେଳେ ଘରକୁ ଶବ ଆସିବ ଓ ସତ୍କାର ହେବ । ସ୍ତ୍ରୀ ପିଲା, ଛୁଆ ସମସ୍ତେ ବାହୁନି ବାହୁନି କାନ୍ଦୁଛନ୍ତି । ପ୍ରକୃତରେ କଣ ବ୍ରହ୍ମାନନ୍ଦଙ୍କ ମୃତ୍ୟୁ ହୋଇଛି ନା ସେ କୋଉଠି ଚିକିତ୍ସାଧୀନ ଅଛନ୍ତି ।

ତେବେ ବ୍ରହ୍ମାନନ୍ଦଙ୍କ ଭାଇ କହନ୍ତି ଶବର ପାହାଡ଼ ଭିତରୁ ଯଦି ବି ଭାଇ ର ଶବ କୁ ଚିହ୍ନଟ କଲୁ ତେବେ ପୁରୁଲିଆ ପଶ୍ଚିମବଙ୍ଗର ଅନ୍ୟ ଏକ ପରିବାର ସେହି ଶବ କୁ ତାଙ୍କର ବୋଲି ଦାବି କରିବାରୁ ପ୍ରଶାସନ ସେ ଶବ କୁ ଆଉ ଆମକୁ ଦେଇ ନ ଥିଲେ । ଫଳରେ ଡିଏନଏ ରିପୋର୍ଟ ଅପେକ୍ଷାରେ ଏବେ ପରିବାର ।

Advertisment

ଫୁଟୁକିଶୋଳ ଗାଁରେ କେହି କେବେ ଭାବିନଥିଲେ ଗାଁକୁ ଏକା ସାଙ୍ଗରେ ଚାରି ସାଙ୍ଗଙ୍କ ଶବ ଫେରିବ । ଏମିତି ଏକ ହୃଦୟବିଦାରକ ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଦ କରି ଦେଇଥିବା ବେଳେ ଏମାନଙ୍କ ପରିବାର ଚଳିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Train Accident Train Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ