Advertisment

ରାମନବମୀ ଯାତ୍ରା ହେଲା ଶେଷ ଯାତ୍ରା : ଦୁର୍ଘଟଣାରେ ଚାଲିଗଲେ ୩ ସାଙ୍ଗ

କାଳ ହେଲା ରାମନବମୀ ଯାତ୍ରା ଦେଖିବା...ବିଳମ୍ବିତ ରାତିରେ ଯାତ୍ରା ଦେଖି ଫେରିବା ବେଳେ ଦୁର୍ଘଟଣାର ଶିକାର ହେଲେ ୩ ଯୁବକ । ଖାଲି ଦୁର୍ଘଟଣାର ଶିକାର ହେଲେ ତାହା ନୁହେଁ ବରଂ ୩ ଜଣଙ୍କର ଚାଲିଗଲା ଜୀବନ । ଗଛରେ ଗାଡ଼ି ଏମିତି ପିଟି ହେଲା ଯେ ତିନି ଜଣଯାକ ସାଙ୍ଗଙ୍କର ଗଲା ପ୍ରାଣ । ନୟାଗଡ଼ ଓଡଗାଁରେ ଚାଲିଥିବା ଶ୍ରୀରାମ ନବମୀ ଯାତ୍ରା ଦେଖି ଫେରୁଥିବାବେଳେ କୋମଣ୍ଡ ପଥରାସ୍ଥିତ ବୃଦ୍ଧାଶ୍ରମ ନିକଟରେ ବରଗଛକୁ ପିଟିଥିଲା ବାଇକ

ଅଦ୍ୟତନ ହୋଇଛି
Accident

Accident

Advertisment

ଦାଣ୍ଡ ଦୁଆରେ ପୁଅର ଶବ ଶୋଇଛି, ମୁଣ୍ଡ ବାଡ଼େଇ ଭୋଭୋ ହୋଇ ମାଆ କାନ୍ଦୁଛି । ଧନରେ...ବାବାରେ କେତେ କଣ ଡାକୁଛି । ହେଲେ ପୁଅ ଉଠୁନି । ଏବେ ଉଠୁନି କି କେବେ ବି ଉଠିବନି । ଯେଉଁ ପୁଅକୁ ୧୦ ମାସ ଗର୍ଭରେ ରଖି ଦୁନିଆର ଆଲୋକ ଦେଖାଇଥିଲା...ବୁଢା ବେଳେ ତା’ର ସେବା ପାଇବା ଲାଗି ସ୍ୱପ୍ନ ଦେଖୁଥିଲା । ସେଇ ପୁଅ ଯେତେବେଳେ ଆଖି ସାମ୍ନାରେ ସଂସାର ଛାଡ଼ି ଚାଲିଯାଉଛି ସେତେବେଳେ କୋଉ ମାଆ ବା ଧୈର୍ଯ୍ୟ ଧରିବ?

Advertisment

କାଳ ହେଲା ରାମନବମୀ ଯାତ୍ରା ଦେଖିବା...ବିଳମ୍ବିତ ରାତିରେ ଯାତ୍ରା ଦେଖି ଫେରିବା ବେଳେ ଦୁର୍ଘଟଣାର ଶିକାର ହେଲେ ୩ ଯୁବକ । ଖାଲି ଦୁର୍ଘଟଣାର ଶିକାର ହେଲେ ତାହା ନୁହେଁ ବରଂ ୩ ଜଣଙ୍କର ଚାଲିଗଲା ଜୀବନ । ଗଛରେ ଗାଡ଼ି ଏମିତି ପିଟି ହେଲା ଯେ ତିନି ଜଣଯାକ ସାଙ୍ଗଙ୍କର ଗଲା ପ୍ରାଣ । ନୟାଗଡ଼ ଓଡଗାଁରେ ଚାଲିଥିବା ଶ୍ରୀରାମ ନବମୀ ଯାତ୍ରା ଦେଖି ଫେରୁଥିବାବେଳେ କୋମଣ୍ଡ ପଥରାସ୍ଥିତ ବୃଦ୍ଧାଶ୍ରମ ନିକଟରେ ବରଗଛକୁ ପିଟିଥିଲା ବାଇକ l ସ୍ଥାନୀୟ ଅଂଚଳର ମହେଶ୍ବରପୁର ଗାଁସ୍କୁଲ ସାହିର ମାଧବ ପ୍ରଧାନ,ସୂର୍ଯ୍ୟକାନ୍ତ ପ୍ରଧାନ ଓ ରାଜେଶ ନାୟକଙ୍କର ଅକାରଣେ ଚାଲିଗଲା ଜୀବନ ।

ଦେଖନ୍ତୁ ଭିଡିଓ | ପିଲାଟି ଦିନରୁ ସାଙ୍ଗ ଥିଲେ...ଦୁର୍ଘଟଣାରେ ସାଙ୍ଗ ହୋଇ ଚାଲିଗଲେ

ଦୁର୍ଘଟଣାର ଖବର ପାଇବା ପରେ ତୁରନ୍ତ ଆହତଙ୍କୁ ମେଡ଼ିକାଲରେ ଭର୍ତି କରାଯାଇଥିଲା । କିନ୍ତୁ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ତିନି ସାଙ୍ଗଙ୍କର ଚାଲିଗଲା ଜୀବନ । ଏକା ସାଙ୍ଗରେ ତିନିଜଣଙ୍କ ଜୀବନ ଯିବା ପରେ ଏବେ ପୂରା ଗାଁରେ ଶୋକାକୂଳ ପରିବେଶ । ଆଉ ଗାଁରେ ଯେତେବେଳେ ଶବ ପହଞ୍ଚିଲା ସେତେବେଳର ଦୃଶ୍ୟ କେତେ କଷ୍ଟ ଦାୟକ ଥିଲା ତାହାକୁ ବର୍ଣ୍ଣନା କରିବା ଆମ ପକ୍ଷରେ କଷ୍ଟସାଧ୍ୟ...

Advertisment

(ନୟାଗଡ଼ରୁ ଜୟେନ୍ଦ୍ର ବେହେରାଙ୍କ ରିପୋର୍ଟ)

Road Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ