Advertisment

Road Accident: ମାଡ଼ିଗଲା ହାଇୱା; ୩ ମୃତ

ଗତକାଲି ବିଳମ୍ବିତ ରାତିରେ ରେକୁଳା ଗାଁ ରାସ୍ତାରେ ପିଚୁ କାମ ଚାଲିଥିଲା । ଏହି ସମୟରେ ଏକ ହାଇୱା ଆସି ପିଚୁ ଗାଡ଼ିକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୪ଜଣ ଗୁରୁତର ହୋଇଥିଲେ। ପ୍ରଥମେ ସମସ୍ତଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଅଦ୍ୟତନ ହୋଇଛି
Accident

Accident

Advertisment

ପିଚୁ ଗାଡ଼ି ଉପରେ ମାଡ଼ିଗଲା ହାଇୱା। ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଢେଙ୍କନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ରେକୁଳା ଗାଁ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକ ହେଲେ କାମାକ୍ଷାନଗର ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ କ୍ଷୀରୋଦ ସାହୁ। ଅନ୍ୟ ୨ ଜଣଙ୍କର ପରିଚୟ ମିଳିନାହିଁ। ଆହତ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ରାଜ୍ୟରେ ବେଲଗାମ ସଡ଼କ ଦୁର୍ଘଟଣା, ବଢ଼ୁଛି ମୃତାହତଙ୍କ ସଂଖ୍ୟା

ଗତକାଲି ବିଳମ୍ବିତ ରାତିରେ ରେକୁଳା ଗାଁ ରାସ୍ତାରେ ପିଚୁ କାମ ଚାଲିଥିଲା । ଏହି ସମୟରେ ଏକ ହାଇୱା ଆସି ପିଚୁ ଗାଡ଼ିକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୪ଜଣ ଗୁରୁତର ହୋଇଥିଲେ। ପ୍ରଥମେ ସମସ୍ତଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ୨ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଠିକାସଂସ୍ଥାର ଅବହେଳା ଯୋଗୁଁ ଅକାଳରେ ଜୀବନ ଯାଉଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ବିଳମ୍ବିତ ରାତିରେ ବିନା ସୁରକ୍ଷାରେ ନିୟୋଜିତ ଠିକାସଂସ୍ଥା ପିଚୁ କାମ କରିବା ଯୋଗୁ ଦୁର୍ଘଟଣା ଘଟୁଥିବା ଲୋକମାନେ ପ୍ରକାଶ କରିଛନ୍ତି। ରାସ୍ତା ଅବରୋଧ ଯୋଗୁ କାମାକ୍ଷାନଗର-ଢେଙ୍କାନାଳ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ଫଳରେ ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହାନ ଅଟକି ରହିଛି। ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା ଜାରି ରଖିଛି।

Advertisment

ଅଧିକ ପଢ଼ନ୍ତୁ: ରାଜଧାନୀରେ ଦୁର୍ଘଟଣା; ୨ ଯୁବକଙ୍କ ଉପରେ ମାଡ଼ିଗଲା ମୋ ବସ୍‌।

Road Accident Accident Kamakhyanagar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ