Advertisment

Road Accident: ନିର୍ଦ୍ଦୟ ଈଶ୍ୱର; ଏକା‌ଥରେ ଲିଭେଇ ଦେଲେ ଝିଅ ଓ ବୋହୂ ମଥାର ସିନ୍ଦୂର

ମାଡ଼ି ଆସିଲା କଳା ବାଦଲ। ଏକା ଥରକେ ଲିଭିଗଲା ଝିଅ ଓ ବୋହୂ ମଥାର ସିନ୍ଦୂର। ଆମ୍ବୁଲାନ୍ସରେ ମୃତଦେହ ଘରକୁ ନେଇ ଫେରୁଥିବା ବେଳେ ଚାଲିଗଲା ୩ ଜୀବନ।

ଅଦ୍ୟତନ ହୋଇଛି
Road Accident

Road Accident

Advertisment

ହସଖୁସିର ସଂସାର ଉପରେ ଲାଗିଗଲା କାହାର ନଜର। କ୍ଷଣକରେ ଉଜୁଡ଼ିଗଲା ସଂସାର। ମାଡ଼ି ଆସିଲା କଳା ବାଦଲ। ଏକା ଥରକେ ଲିଭିଗଲା ଝିଅ ଓ ବୋହୂ ମଥାର ସିନ୍ଦୂର। ଆମ୍ବୁଲାନ୍ସରେ ମୃତଦେହ ଘରକୁ ନେଇ ଫେରୁଥିବା ବେଳେ ଚାଲିଗଲା ୩ ଜୀବନ। ଭଦ୍ରକ ଜିଲ୍ଲାର 16 ନମ୍ୱର୍ ଜାତୀୟ ରାଜପଥର ମଇତାପୁର ନିକଟରେ ଏହି ଦୁର୍ଘଟଣା ଘଟିଛି।

Advertisment

ମୃତକ ହେଲେ ସଞ୍ଜୟ ଜେନା, ସୁଧାଂଶୁ ଦଳାଇ ଓ ଆମ୍ବୁଲାନ୍ସ ଡ୍ରାଇଭର ଦିଲ୍ଲୀପ ସିଂ। ଆହତ ସାବିତ୍ରୀ ଜେନାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଭୋଗରାଇ ଥାନା ଅଧୀନ ପଳାସିଆ ଗାଁର ଦିବାକର ଜେନାଙ୍କ ଦେହ ଅସୁସ୍ଥ ଥିଲା। ପରିବାର ଲୋକେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦିବାକରଙ୍କର ମୃତ୍ୟୁ ଘଟିଥିଲା। ପରେ ପରିବାର ଲୋକେ ଏକ ଆମ୍ବୁଲାନ୍ସରେ ତାଙ୍କ ମୃତଦେହକୁ କଟକରୁ ନିଜ ଘରକୁ ଆଣୁଥିଲେ।

Advertisment

ମଇତାପୁର ନିକଟରେ ଆମ୍ବୁଲାନ୍ସଟି ଏକ ଡମ୍ଫରକୁ ପଛରୁ ଧକ୍କା ଦେଇଥିଲା। ଆମ୍ବୁଲାନ୍ସରେ ଥିବା ସମସ୍ତଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର  ଦିବାକରଙ୍କ ପୁଅ ସଞ୍ଜୟ ଜେନା, ଜ୍ୱାଇଁ ସୁଧାଂଶୁ ଦଳାଇ, ଆମ୍ବୁଲାନ୍ସ ଡ୍ରାଇଭର ଦିଲ୍ଲୀପ ସିଂଙ୍କୁ ମୃତ ଘୋଷଣା କରିଥିଲେ। 

ମୃତ ଦିବାକରଙ୍କ ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କର ଚିକିତ୍ସା ଜାରି ରହିଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। ଘନ କୁହୁଡ଼ି ଯୋଗୁ ଏହି ଦୁର୍ଘଟଣା ଘଟିଛି ବୋଲି ସନ୍ଦେହ କରାଯାଉଛି।  

Advertisment

ଅଧିକ ପଢ଼ନ୍ତୁ: Union Budget 2025: ମଧ୍ୟବିତ୍ତଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା, ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼

Road Accident Bhadrak
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ