Advertisment

Road Accident: ନିର୍ଦ୍ଦୟ ଦଇବ; ୩ ସାଙ୍ଗକୁ ନେଇଗଲା

ଗତକାଲି ୩ସାଙ୍ଗ ସିଙ୍ଗଡ଼ା ଗାଁରେ ଚାଲିଥିବା ଭୀମ ମେଳା ଦେଖିବାକୁ ଯାଇଥିଲେ। ମେଳା ଦେଖି ଖୁସିରେ ଗୋଟିଏ ବାଇକ୍‌ରେ ଘରକୁ ଫେରୁଥିଲେ। ବାଟରେ ସେମାନଙ୍କ ବାଇକ୍‌ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା।

Road Accident

Road Accident

Advertisment

ମେଳା ଦେଖି ଖୁସିରେ ଘରକୁ ଫେରୁଥିଲେ ୩ ସାଙ୍ଗ। ହେଲେ ସେମାନଙ୍କ ଖୁସି ବେଶୀ ସମୟ ଟେକି ନଥିଲା। କଳା ବାଦଲ ମାଡ଼ି ଆସିବା ପରି ସେମାନଙ୍କ ଖୁସିରେ ଲାଗିଯାଇଥିଲା କାହାର ନଜର। ଦୁର୍ଘଟଣାରେ ଚାଲିଗଲା ୩ ଜଣ ସାଙ୍ଗ ଜୀବନ। ମୟୂରରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅନ୍ତର୍ଗତ ସିଙ୍ଗିଡା ଗାଁରେ ଏହି ଦୁର୍ଘଟଣା ଘଟିଛି। ଗଛରେ ବାଇକଟି ଭାରସାମ୍ୟ ହରାଇ ପିଟି ହେବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି।

Advertisment

ମୃତକ ମାନେ ହେଲେ ଟୁକୁଲୁ ଦେଓ ,ବିଜନ ଦେଓ ଓ ରଣଜିତ ଦେଓ। ସମସ୍ତ ମୃତକଙ୍କ ଘର ସୁଳିଆପଦା ବ୍ଲକ ଅନ୍ତର୍ଗତ ଧାତିକା ଗାଁରେ ବୋଲି ଜଣାଯାଇଛି।

ଗତକାଲି ୩ଜଣ ସାଙ୍ଗ ସିଙ୍ଗଡ଼ା ଗାଁରେ ଚାଲିଥିବା ଭୀମ ମେଳା ଦେଖିବାକୁ ଯାଇଥିଲେ। ମେଳା ଦେଖି ଖୁସିରେ ଗୋଟିଏ ବାଇକ୍‌ରେ ଘରକୁ ଫେରୁଥିଲେ। ବାଟରେ ସେମାନଙ୍କ ବାଇକ୍‌ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା।

Advertisment

ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା।ଶୁଳିଆପଦା ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଦୁର୍ଘଟଣାରେ ବାଇକଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି। ୩ ଜଣ ଯୁବକଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି। ମା’ବାପା ପୁଅକୁ ହରାଇ ବାହୁନି ବାହୁନି କାନ୍ଦୁଛନ୍ତି।

ଅଧିକ ପଢ଼ନ୍ତୁ: Road Accident: ନିର୍ଦ୍ଦୟ ଈଶ୍ୱର; ଏକା‌ଥରେ ଲିଭେଇ ଦେଲେ ଝିଅ ଓ ବୋହୂ ମଥାର ସିନ୍ଦୂର।

Advertisment
Mayurbhanj Road Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ