କଟକ ତ୍ରିଶୁଳିଆରେ ଥିବା ଏକ ଆପାର୍ଟମେଣ୍ଟରେ ଅଘଟଣ। ଆପାର୍ଟମେଣ୍ଟରେ ଥିବା ପାଇଖାନା । ଟାଙ୍କିରେ ପଡି ୩ ମୃତ। ଘଟଣା ସ୍ଥଳରେ ବାରଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି ତିନିଜଣଙ୍କୁ ଗୁରୁତର ଭାବରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଏସସିବି ମେଡିକାଲ ପଠାଇଥିଲା। ୨ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ପରେ ତୃତୀୟ ଜଣଙ୍କର ଜୀବନ ଯାଇଛି।
Also Read
ତିନି ଜଣ ଶ୍ରମିକ ଓ ସେମାନଙ୍କ ଘର ପଶିମବଙ୍ଗ ନାଦିଆ ଅଞ୍ଚଳର ବୋଲିଜଣାପଡିଛି। ଦୁର୍ଘଟଣାର ଘଟଣାର କାରଣ ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ପାଇଖାନା ଟାଙ୍କି ସେଣ୍ଟ୍ରିଂ ଖୋଲିବାକୁ ଯାଇ ଶ୍ବାସରୁଦ୍ଧ ହୋଇ ଏଭଳି ଅଘଟଣ ହୋଇଥିବା ଜଣାପଡିଛି।