Breaking News : ଅଟୋ-ପିକ୍ଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା, ୩ ମୃତ

ମର୍ମନ୍ତୁଦ ଦୁର୍ଘଟଣା । ୩ ଜଣଙ୍କର ଜୀବନ ଚାଲିଗଲା ।

accident

ଦୁର୍ଘଟଣା ନେଇଗଲା ଜୀବନ । ଅଟୋ ସହ ପିକ୍ଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ବାରିପଦା-ଦେଉଳି ରସ୍ତାର ସିନାଧୁଆ ଛକରେ ଏହି ସଡ଼କ ଦୁର୍ଘଟଣା ଘଟିଛି । ଜୀବନ ହରାଇଥିବା ୩ ଜଣ ଅଟୋରେ ସବାର ଥିଲେ ।ସେମାନେ ମକର ସଂକ୍ରାନ୍ତି ପାଇଁ ବାରିପଦାକୁ ନୂଆ ଲୁଗାପଟା କିଣିବାକୁ ଯାଉଥିଲେ ବୋଲି ଜଣାପଡ଼ିଛି । ସେହିପରି ୨ ଗାଡ଼ିର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । 

ଆଜି ଅପରାହ୍ନ ପ୍ରାୟ ଅଢ଼େଇଟା ବେଳେ ଏହି ଦୁର୍ଘଟଣା ଘଟିଛି । ପାଣି ବୋତଲ ବୋଝେଇ ପିକ୍‌ଅପ୍ ଭ୍ୟାନ୍‌ଟି ବାରିପଦା ପଟୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଅଟୋ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ଉଭୟ ଗାଡ଼ି ଭାଙ୍ଗି ଚୁରମାର ହୋଇଯାଇଛି । 

ଅଟୋ ଡ୍ରାଇଭରକୁ ମିଶାଇ ୪ ଜଣ ଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ଆହତ ହୋଇଛନ୍ତି । ପିକଅପ ଭ୍ୟାନର ଡ୍ରାଇଭର ଓ ହେଲପର ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସେମାନଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।