Advertisment

Road Accident: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ମୃତାହତ ଶ୍ରମିକଙ୍କ ଘର ଗୁଣୁପୁର ଅଞ୍ଚଳରେ ବୋଲି ଜଣାଯାଇଛି। ସମସ୍ତ ଆହତଙ୍କୁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଅଦ୍ୟତନ ହୋଇଛି
Road Accident

Road Accident

Advertisment

ରାୟଗଡ଼ା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ଗୁଲୁମୁଣ୍ଡାପାକା ନିକଟ ମୁଖ୍ୟ ରାସ୍ତାରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଇଟା ବୋଝେଇ ଟ୍ରାକ୍ଟରଟି ଭାରସାମ୍ୟ  ହରାଇ ଓଲଟି ପଡ଼ିବାରୁ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି।

Advertisment

ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ମୃତାହତ ଶ୍ରମିକଙ୍କ ଘର ଗୁଣୁପୁର ଅଞ୍ଚଳରେ ବୋଲି ଜଣାଯାଇଛି। ସମସ୍ତ ଆହତଙ୍କୁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆଜି ଏକ ଇଟା ବୋଝେଇ ଟ୍ରାକ୍ଟର ଉପରେ ବସି କିଛି ଶ୍ରମିକ ଯାଉଥିଲେ। ଗୁଲୁମୁଣ୍ଡାପାକା ନିକଟ ମୁଖ୍ୟ ରାସ୍ତାରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଶ୍ରମିକମାନେ ଇଟା ଭିତରେ ଚାପି ହୋଇଯାଇଥିଲେ।

Advertisment

ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଚାଳକ ସମେତ ୩ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରେ କିଛି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପୁଲିସ ଟ୍ରାକ୍ଟରକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

ଅଧିକ ପଢ଼ନ୍ତୁ: ଜଳି ପାଉଁଶ ହୋଇଗଲା ବାୟୁସେନାର ଫାଇଟର୍ ବିମାନ।

Rayagada Road Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ