Advertisment

ପୁଣି ଯାତ୍ରୀବାହୀ ଟ୍ରେନ୍‌ ଦୁର୍ଘଟଣା; ୨୧ ବଗି ଲାଇନ୍‌ଚ୍ୟୁତ

ଟ୍ରାକରୁ ବାହାରିଗଲା ଟ୍ରେନ୍ ବଗି । ନର୍ଥ ଇଷ୍ଟ ସୁପରଫାଷ୍ଟ ଏକ୍ସପ୍ରେସର ୩ଟି ବଗି ଲାଇନ୍ ଚ୍ୟୁତ ହୋଇଛି ।

ଅଦ୍ୟତନ ହୋଇଛି
North East Express

North East Express

Advertisment

ବିହାରରେ ଟ୍ରେନ୍ ଦୁର୍ଘଟଣା । ଟ୍ରାକରୁ ବାହାରିଗଲା ଟ୍ରେନ୍ ବଗି । ନର୍ଥ ଇଷ୍ଟ ସୁପରଫାଷ୍ଟ ଏକ୍ସପ୍ରେସର ୨୧ଟି ବଗି ଲାଇନ୍‌ଚ୍ୟୁତ ହୋଇଛି । ବକ୍ସର ଜିଲ୍ଲାର ରଘୁନାଥପୁର ଷ୍ଟେସନ୍ ନିକଟରେ ଗତକାଲି ରାତି ୯ଟା ୩୫ରେ ଏହି ଦୁର୍ଘଟଣା ଘଟିଛି । 

Advertisment

ଗତ ରାତିରେ ନର୍ଥ ଇଷ୍ଟ ସୁପର୍‌ଫାଷ୍ଟ ଏକ୍ସପ୍ରେସ୍‌ ଦିଲ୍ଲୀ ଆନନ୍ଦ ବିହାର ଷ୍ଟେସନରୁ ଆସାମ ଗୌହାଟିର କାମାକ୍ଷା ଷ୍ଟେସନ୍ ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ବକ୍ସର ଜିଲ୍ଲାର ରଘୁନାଥପୁର ଷ୍ଟେସନ ନିକଟରେ ଏକ୍ସପ୍ରେସ୍‌ର ୨୧ଟି ବଗି ଲାଇନ୍‌ଚ୍ୟୁତ ହୋଇଥିଲା। ଏଥିରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

କେମିତି ଦୁର୍ଘଟଣା ଘଟିଲା ? କେଉଁ ପରିସ୍ଥିତିରେ ବଗି ଲାଇନ୍‌ଚ୍ୟୁତ ହେଲା, ତାହା ସ୍ପଷ୍ଟ ଭାବେ ଜଣାପଡ଼ିନି। ଦୁର୍ଘଟଣା ପରେ ହେଲ୍‌ପ୍‌ଲାଇନ୍‌ ନମ୍ବର ଜାରି କରାଯାଇଛି। ପାଟନା- 9771449971, ଦାନାପୁର- 8905697493, କମର୍ସିଆଲ୍‌ କଣ୍ଟ୍ରୋଲ- 7759070004, ଆରା-  8306182542, ନୂଆଦିଲ୍ଲୀ- 01123341074, 9717631960, ଆନନ୍ଦ ବିହାର ଟର୍ମିନାଲ- 9717632791, କମର୍ସିଆଲ୍‌ କଣ୍ଟ୍ରୋଲ ଦିଲ୍ଲୀ ଡିଭିଜନ-  9717633779

Advertisment
Bihar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ