Advertisment

Road Accident: ସ୍କୁଲ ଯାଉଥିଲେ ୨ଛାତ୍ରୀ; ମାଡ଼ିଗଲା ହାଇୱା

୧୦ ଟାରେ ସ୍କୁଲ ଥିଲା.. ଏଥିପାଇଁ ଦୁଇ ଛାତ୍ର ଖାଇପିଇ ସାଇକେଲ ବ୍ୟାଗ ଧରି ସ୍କୁଲ ବାହାରିଥିଲେ। ବାଟରେ ଦୁଇ ଜଣ ଗପସପ କରି ଚାଲିଥିଲେ।

ଅଦ୍ୟତନ ହୋଇଛି
Accident

Accident

Advertisment

ଘରୁ ସାଇକେଲ ଧରି ଖୁସିରେ ବାହାରିଥିଲେ ୨ ଛାତ୍ରୀ। ହେଲେ ସେମାନଙ୍କ ଖୁସି ବେଶୀ ସମୟ ରହିନଥିଲା। ଆଖି ପିଛୁଳାଏକେ ସବୁ ଓଲଟପାଲଟ ହୋଇଯାଇଥିଲା। ୨ ଛାତ୍ରୀଙ୍କ ଉପରେ ମାଡ଼ିଗଲା ହାଇୱା। ଏପରି ସଡ଼କ ଦୁର୍ଘଟଣା ଘଟିଛି ଯାଜପୁର ଜିଲ୍ଲାରେ। ଆହତ ଦ୍ୱୟ ହେଲେ ଅର୍ଚ୍ଚିତା ବେହେରା ଓ ଝରଣା ବହେରା। ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନେ ନବମ ଶ୍ରେଣୀର ପଢ଼ୁଥିଲେ ବୋଲି ଜଣାଯାଇଛି।

Advertisment

୧୦ ଟାରେ ସ୍କୁଲ ଥିଲା.. ଏଥିପାଇଁ ଦୁଇ ଛାତ୍ରୀ ଖାଇପିଇ ସାଇକେଲ ବ୍ୟାଗ ଧରି ସ୍କୁଲ ବାହାରିଥିଲେ। ବାଟରେ ଦୁଇ ଜଣ ଗପସପ କରି ଚାଲିଥିଲେ। ଯାଜପୁର ରୋଡ ଥାନା ଦାନଗଦି ବୁଦ୍ଧରାଜ ବିଦ୍ୟାପୀଠ ନିକଟରେ ଏକ ହାଇୱା ଆସି ୨ ଛାତ୍ରୀଙ୍କ ଉପରେ ମାଡ଼ି ଯାଇଥିଲା। ଦୁର୍ଘଟଣାରେ ୨ ଛାତ୍ରୀ ଆହତ ହୋଇଥିଲେ। ଉଭୟଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅର୍ଚ୍ଚିତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଭଙ୍ଗା ରୁଜା କରିବା ସହ ଯାଜପୁର ରୋଡ- କଳିଙ୍ଗନଗର ରାସ୍ତାକୁ ଅବରୋଧ କରିଥିଲେ। ଫଳରେ ଉଭୟ ପାର୍ଶ୍ୱରେ ଗାଡ଼ିମଟର ଅଟକି ରହିଛି। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି। ଦୁର୍ଘଟଣା ପରେ ଗାଡ଼ି ଡ୍ରାଇଭର ଗାଡ଼ି ଛାଡି ପଳାଇଯାଇଥିବା ଜଣାଯାଇଛି।

Advertisment

ଅଧିକ ପଢ଼ନ୍ତୁ: କଥା ରଖିଲାନି ପୁଅ, ବୋଉକୁ ଠକିଦେଇ ଚାଲିଗଲା

Student Jajpur Road Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ