Advertisment

Bhadrak Firecracker Explosion: ବାଣ ବିସ୍ଫୋରଣରେ ୨ ଜଣଙ୍କ ମୃତ୍ୟୁ, ଏକାଧିକ ଗୁରୁତର

ଭଦ୍ରକରେ ବାଣ ଗୋଦାମରେ ବିସ୍ଫୋରଣ ଘଟଣାରେ ୨ ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ଏବେ ବି ଏକାଧିକ ଗୁରୁତର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଅଦ୍ୟତନ ହୋଇଛି
Firecracker Explosion

Firecracker Explosion

Advertisment

ଭଦ୍ରକରେ ହଳଦୀଡିହ ଛକ ନିକଟ ବାଣ ଗୋଦାମରେ ବିସ୍ଫୋରଣ ଘଟଣାରେ ୨ ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଏବେ ବି ଏକାଧିକ ଗୁରୁତରଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଭଦ୍ରକ ହସ୍ପିଟାଲରେ ଗୁରୁତରଙ୍କ ଚିକିତ୍ସା ଚାଲିଛି । ବିସ୍ଫୋରଣରେ ପ୍ରାୟ ୧୧ ଆହତ ହୋଇଥିବାବେଳେ ୩ ଜଣ ଗୁରୁତର ଥିଲେ । ଆହତଙ୍କ ମଧ୍ୟରେ ୫ ଜଣ ମହିଳା ଓ ୨ ଜଣ ପିଲା ଥିବା ଜଣାପଡିଛି ।

Advertisment

ଅଧିକ ପଢ଼ନ୍ତୁ: ଭାରତର ଯୁଦ୍ଧ ପ୍ରସ୍ତୁତି ! କାଲି ଓଡ଼ିଶାର ୧୨ ଜିଲ୍ଲାରେ ବାଜିବ ସାଇରନ୍

ଆଜି ସକାଳେ ହଳଦୀଡିହ ଛକ ନିକଟରେ ଥିବା ବାଣ ଗୋଦାମରେ ହଠାତ୍ ନିଆଁଲାଗି ବିସ୍ଫୋରଣ ହୋଇଥିଲା । ଫଳରେ ଗୋଦାମରେ କାମ କରୁଥିବା ପ୍ରାୟ ୧୫ ଜଣ ଆହତ ହୋଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଆହତମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଥିମଧ୍ୟରୁ ୨ ଜଣ ଗୁରୁତର ଥିବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଥିଲେ । ତେବେ ସେଠି ଚିକିତ୍ସାଧୀନ ଅବସ୍ଥାରେ ୨ ଜଣ ଗୁରୁତରଙ୍କ ମୃତ୍ୟୁ ହୋଇଯାଇଛି ।

Advertisment

ଅନ୍ୟପଟେ କେମିତି ବାଣ ଗୋଦାମରେ ଅଗ୍ନିକାଣ୍ଡ ଘଟିଲା ତାହା କାରଣ ଏ ଯାଏଁ ଜଣାପଡିନି । ପୋଲିସ ଘଟଣାସ୍ଥଳରେ ତନାଘନା ଆରମ୍ଭ କରିଛି । 

Bhadrak Firecracker Explosion
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ