Advertisment

୧ ସେକେଣ୍ଡରେ ସବୁକିଛି ଚୁର୍‌ମାର୍‌ ! ହଠାତ୍‌ ପାହାଡ଼ ଉପରୁ ପଥର ଖଣ୍ଡ ଖସି କାର୍‌ରେ ପିଟି ହେଲା,ତା’ପରେ...

ପାହାଡ଼ ଉପରୁ ପଥର ଖଣ୍ଡଟି ଏତେ ଜୋରରେ ତଳକୁ ଖସିଥିଲା ଯେ, ଗୋଟିଏ ସେକେଣ୍ଡରୁ ବି କମ୍ ସମୟ ଭିତରେ ପ୍ରଥମ ଗାଡ଼ିକୁ ଚୁର୍‌ମାର୍‌ ପରେ ଆଉ ଗୋଟିଏ ଗାଡ଼ିକୁ ଧକ୍କା ଦେଇ ଓଲଟାଇ ଦେଇଥିଲା।

ଅଦ୍ୟତନ ହୋଇଛି
2 Killed in massive rockslide in Nagaland

2 Killed in massive rockslide in Nagaland

Advertisment

ଅଘଟଣ କେତେବେଳେ, କେମିତି, ଆଉ କେଉଁ ରୂପରେ ଆସିବ, ତାହା କେହିବି କହିପାରିବେନି। କ୍ଷଣକ ପୂର୍ବରୁ ଜୀବନକୁ ଆଖି ଆଗରେ ଦେଖୁଥିବା ଲୋକ କ୍ଷଣକ ଭିତରେ ମୃତ୍ୟୁକୁ ସାମ୍ନା କରୁଛି। ଆଖି ପିଛୁଳାକେ ପଥର ଖଣ୍ଡ ପାହାଡ଼ ଉପରୁ ଖସି ରାସ୍ତାରେ ଅଟକି ଥିବା ଗାଡ଼ି ସହ ଏହା  ଜୋରରେ ପିଟି ହୋଇଥିଲା। ଫଳରେ ୨ ଜଣଙ୍କ ଜୀବନ ଚାଲି ଯାଇଛି। ନାଗାଲାଣ୍ଡ ଦିମାପୁର ଜିଲ୍ଲାରେ ଏହି ଅଘଟଣ ଘଟିଛି।

Advertisment

ସୂଚନା ଅନୁସାରେ, ନାଗାଲାଣ୍ଡ ଦିମାପୁର ରାସ୍ତାର ଚୁମୁକାଇଦେମା ତନଖି ଫାଟକ ନିକଟରେ ଚେକିଂ ପାଇଁ କିଛି ଗାଡ଼ି ଅଟକି ଥିଲା। ବର୍ଷା ଯୋଗୁ ଭୁସ୍ଖଳନ ବି ହେଉଥିଲା। ଏହି ସମୟରେ ରାସ୍ତାକଡ଼ ପାହାଡ଼ ଉପରୁ ହଠାତ୍‌ ଏକ ବଡ଼ ପଥର ଖଣ୍ଡ ଗଡ଼ି ଆସି ଆଖି ପିଛୁଳାକେ ୨ଟି ଗାଡ଼ି ସହ ଖୁବ୍ ଜୋରରେ ପିଟି ହୋଇଥିଲା।

ପଥର ଖଣ୍ଡଟି ଏତେ ଜୋରରେ ତଳକୁ ଖସିଥିଲା ଯେ, ଗୋଟିଏ ସେକେଣ୍ଡରୁ ବି କମ୍ ସମୟ ଭିତରେ ପ୍ରଥମ ଗାଡ଼ିକୁ ଚୁର୍‌ମାର୍‌ ପରେ ଆଉ ଗୋଟିଏ ଗାଡ଼ିକୁ ଧକ୍କା ଦେଇ ଓଲଟାଇ ଦେଇଥିଲା। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ