Advertisment

ଏକାଠି ସାଙ୍ଗ ହୋଇ ରହିଥୁଲେ...ଏବେ ସାଙ୍ଗ ହୋଇ ଚାଲିଗଲେ

ବଲାଙ୍ଗିର ପାଟଣାଗଡ ନୂଆପଡା ଗାଁର ଆଶିଷ ମେହେର ଓ ମଳୟ ମନହିରା। ବାହାଘର ପାଇଁ ସାଙ୍ଗ ହୋଇ ଘରୁ ବାହାରିଥିଲେ। ଯୋଜନା ମୁତାବକ ବାଇକ୍‌ରେ ବି ଗଲେ। ହେଲେ ବାଟରେ ଏମାନଙ୍କୁ ଯମ ଜଗିଥିଲା ବୋଲି କିଏ ବା ଜାଣିଛି? ପାଟଣାଗଡ଼ ରାମପୁର ପେଟ୍ରୋଲ ପମ୍ଫ ନିକଟରେ ଭୁବନେଶ୍ୱରରୁ ଯାଉଥିବା ଏକ ଘରୋଇ ବସ ସହ ମୁହାଁମୁହିଁ ଧକ୍କା ହୋଇଥିଲା ଆଶିଷ ଓ ମଳୟଙ୍କ ଗାଡି ସହ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ଉଡିଯାଇଥିଲା ଦୁହିଁଙ୍କର ପ୍ରାଣବାୟୁ।

ଅଦ୍ୟତନ ହୋଇଛି
Accident

Accident

Advertisment

ଭଲ ସାଙ୍ଗ ଥିଲେ...ଯୁଆଡେ ଯାଉଥିଲେ ଏକାଠି ଯାଉଥିଲେ...ଏକାଠି ଖାଉଥିଲେ...ଏକାଠି ଚାକିରି ବି କରିଥିଲେ। ପୂରା ଗାଁରେ ଦୁଇ ସାଙ୍ଗଙ୍କ ଦୋସ୍ତିକୁ ନେଇ ଭାରି ଚର୍ଚ୍ଚା। ଆଜି ନୁହେଁ ପିଲାଟି ଦିନରୁ ଏମାନେ ଜୀବନ ଦିଆନିଆ ସାଙ୍ଗ। ସତେ ଯେମିତି କଥା ଦିଆନିଆ ହୋଇଥିଲେ ଆମେ ଏକାଠି ଆସିଛନ୍ତି, ଏକା ସାଙ୍ଗରେ ଚାଲିଯିବା। ବିଧିର ବିଧାନ ବି ବୋଧହୁଏ ଏଇୟା ଲେଖିଥିଲା। ସେଇଥି ପାଇଁ ତ ସାଙ୍ଗ ହୋଇ ଚାଲିଗଲେ ଏଇ ଦୁଇ ସାଙ୍ଗ। ଭେଣ୍ଡିଆ ପୁଅକୁ ଅସମୟରେ ହରାଇ ଏବେ କାନ୍ଦୁଛନ୍ତି ପୂରା ପରିବାର।

Advertisment

ବଲାଙ୍ଗିର ପାଟଣାଗଡ ନୂଆପଡା ଗାଁର ଆଶିଷ ମେହେର ଓ ମଳୟ ମନହିରା। ବାହାଘର ପାଇଁ ସାଙ୍ଗ ହୋଇ ଘରୁ ବାହାରିଥିଲେ। ଯୋଜନା ମୁତାବକ ବାଇକ୍‌ରେ ବି ଗଲେ। ହେଲେ ବାଟରେ ଏମାନଙ୍କୁ ଯମ ଜଗିଥିଲା ବୋଲି କିଏ ବା ଜାଣିଛି? ପାଟଣାଗଡ଼ ରାମପୁର ପେଟ୍ରୋଲ ପମ୍ଫ ନିକଟରେ ଭୁବନେଶ୍ୱରରୁ ଯାଉଥିବା ଏକ ଘରୋଇ ବସ ସହ ମୁହାଁମୁହିଁ ଧକ୍କା ହୋଇଥିଲା ଆଶିଷ ଓ ମଳୟଙ୍କ ଗାଡି ସହ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ଉଡିଯାଇଥିଲା ଦୁହିଁଙ୍କର ପ୍ରାଣବାୟୁ।

ରାସ୍ତା ଉପରେ ଦୁର୍ଘଟଣାଗ୍ରସ୍ତ ଗାଡିରେ ପଡିରହିଥିଲେ ଏଇ ଦୁଇ ଭେଣ୍ଡିଆ ସାଙ୍ଗ। ଆଉ ଏନେଇ ଯେତେବେଳେ ଘରେ ଖବର ପହଞ୍ଚିଥିଲା ସେ ଦୃଶ୍ୟ ଅବର୍ଣ୍ଣନୀୟ। ରୋଜଗାରିଆ ପୁଅକୁ ହରାଇ ଭୋଭୋ କାନ୍ଦୁଛି ମାଆ...ପାଗଳପ୍ରାୟ ବାପା...ଦର୍ଶକବନ୍ଧୁ କଥାରେ ଅଛି ବିଧିର ବିଧାନ କିଏ କରିବ ଆନ? ବାହାଘରକୁ ଯାଉଯାଉ ଜୀବନ ଚାଲିଯିବା ଘଟଣାକୁ କେହି ସହଜରେ ଗ୍ରହଣ ବି କରିପାରୁନାହାନ୍ତି।

Advertisment

ପାଟଣାଗଡରୁ କରୁଣାକର ବୁଡେକଙ୍କ ରିପୋର୍ଟ, ଓଟିଭି

Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ