accident
ହାଇୱା ଓଲଟି ଦୁଇ ଜଣ ଗୁରୁତର । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବାଘୁଆ ଗାଁରେ ଏକ ଘର ଉପରେ ଚିପ୍ସ ବୋଝେଇ ହାଇଓ୍ୱା ଓଲଟି ପଡିବାରୁ ଶାଶୁବୋହୂ ଗୁରୁତର ହୋଇଛନ୍ତି। ଗୁରୁତର କଳ୍ପନା ଗିରି ଓ ବୋହୁ ମନୀଷା ଦାସଙ୍କୁ କେନ୍ଦ୍ରାପଡା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ଆଜି ସକାଳେ ଚିପ୍ସ ବୋଝ ହାଇୱାଟି ତାଳଚୁଆ ଅଭିମୁଖେ ଯାଉଥିଲା । ବର୍ଷା ଯୋଗୁ ରାସ୍ତା ଖରାପ ହୋଇଥିବାରୁ ହାଇୱାଟି ରାସ୍ତାକଡ଼ରେ ଥିବା ଏକ ଘରେ ଉପରେ ମାଡ଼ି ଯାଇ ଓଲଟି ପଡ଼ିଥିଲା । ଏହି ସମୟରେ ଘରେ ଶାଶୁ ଓ ବୋହୂ ଘରେ ଶୋଇଥିଲେ । ଏହି ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି ଶାଶୁ କଳ୍ପନା ଗିରି (୬୦ ବର୍ଷ ) ଓ ବୋହୁ ମନୀଷା ଦାସ ( ୨୨ ବର୍ଷ ) l
ସ୍ଥାନୀୟ ଲୋକେ ଏହା ଦେଖି ଦୌଡ଼ି ଆସିଥିଲେ । ପରେ ସେମାନଙ୍କୁ ଉଦ୍ଧାର କରି କେନ୍ଦ୍ରାପଡା ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଦୁର୍ଘଟଣାରେ ହାଇୱା ଡ୍ରାଇଭରର କିଛି ହୋଇନାହିଁ । ଖବର ପାଇ କେନ୍ଦ୍ରାପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ହାଇୱାକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/accident_1688361057.jpg)