କୋଏଲ୍‌ ନଦୀରେ ଗାଧୋଇଲା ବେଳେ ବୁଡ଼ିଗଲେ ୨ ନାବାଳକ; ଜଣେ ମୃତ, ଜଣେ ନିଖୋଜ

ରାଉରକେଲାର କୋଏଲ ନଦୀରେ ବୁଡ଼ି ଜଣେ ନାବାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ନିଖୋଜ ଅଛନ୍ତି।

Drowning Death

ରାଉରକେଲା କୋଏଲ୍ ନଦୀରେ ବୁଡ଼ି ଜଣେ ମୃତ, ଜଣେ ନିଖୋଜ । ପ୍ରଧାନ ପାଲି ନିକଟ ଦେଇ ଯାଇଥିବା କୋଏଲ ନଦୀରେ ଘଟିଛି ଏହି ଅଘଟଣ । ଅପରାହ୍ନ ପ୍ରାୟ ୩ ଟା ବେଳେ ଦୁଇ ସାଙ୍ଗ ଗାଧୋଇବାକୁ ଯାଇ ପାଣିରେ ବୁଡି ଯାଇଥିବା ଜଣାପଡ଼ିଛି । ଜଣଙ୍କର ମୃତଦେହ ମିଳିଥିବା ସୂଚନା ମିଳିଛି । ଅନ୍ୟ ଜଣେ ନିଖୋଜ ଅଛି ।

ନିଖୋଜ ନାବାଳକକୁ ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରୁଛନ୍ତି । ତେବେ ପାଣିର କରେଣ୍ଟ ଅଧିକ ଥିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି । ଉଭୟ ମୃତକ ଓ ନିଖୋଜ ନାବାଳକ ସ୍ଥାନୀୟ ଅଞ୍ଚଳର ସୂଚନା ମିଳିଛି । ମୃତ ନାବାଳକଙ୍କ ନାଁ ପ୍ରିୟାଂଶୁ ଭୋଳ । ସେ ରାଉରକେଲାର ଏକ ଘରୋଇ ସ୍କୁଲ୍‌ରେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ । ନିଖୋଜ ନାବାଳକ ଜଣଙ୍କ ମଧ୍ୟ ଅଷ୍ଟମ ଶ୍ରେଣୀରେ ପଢ଼ନ୍ତି ବୋଲି ଜଣାଯାଇଛି ।