Aircraft crashes
ପୁଣି ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନ ଦୁର୍ଘଟଣାରେ ୨ଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଜି ସକାଳୁ ସକାଳୁ ଏହି ବଡ଼ ଦୁର୍ଘଟଣା ଘଟିଛି । ତେଲେଙ୍ଗାନାର ଡୁଣ୍ଡିଗାଲର ବାୟୁସେନା ଏକାଡେମୀରେ ଟ୍ରେନିଂ ଚାଲିଥିବା ସମୟରେ ଏହି ଅଘଟଣ ହୋଇଛି ।
ସୂଚନା ଅନୁସାରେ ପାଇଲଟ୍ ଟ୍ରେନର ବିମାନଟିକୁ ଚଳାଉଥିଲେ । ସେହି ସମୟରେ ଦୁର୍ଘଟଣା ଘଟି ଦୁଇ ଭାରତୀୟ ବାୟୁସେନା IAF ପାଇଲଟଙ୍କ ମୃତ୍ୟୁ ଘଟିଛି । ମୃତ ପାଇଲଟମାନଙ୍କ ମଧ୍ୟରେ ଜଣେ ପ୍ରଶିକ୍ଷକ ଥିବାବେଳେ ଅନ୍ୟଜଣେ କ୍ୟାଡେଟ୍ ଅଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି ।
ବାୟୁସେନା ବିମାନ PC 7 MK ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଆଜି ହାଇଦ୍ରାବାଦର AFAରୁ ରୁଟିନ୍ ଟ୍ରେନିଂ ସମୟରେ ବିମାନଟି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701670165.jpg)