Advertisment

ଭୟଙ୍କର ଦୁର୍ଘଟଣା ! ପୋଲରୁ ଖସି ପଡ଼ିଲା ବସ୍‌, ଚାଲିଗଲା ୧୫ ଜୀବନ

ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଛକି ବସିଥିଲା ଯମ । ରାସ୍ତାରେ ୧୫ ଜଣଙ୍କ ଜୀବନ ଚାଲିଗଲା ।

ଅଦ୍ୟତନ ହୋଇଛି
Madhya Pradesh Khargone Bus Accident

accident

Advertisment

ମଧ୍ୟପ୍ରଦେଶର ଖରଗୋନରେ ଭୀଷଣ ଦୁର୍ଘଟଣା ଘଟିଛି । ଇନ୍ଦୋର ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍ ହାଥିନୀ ନଦୀ ଉପରେ ନିର୍ମିତ ବ୍ରିଜରୁ ଖସିପଡିଛି । ଖରଗୋନ(Khargone) ଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଥିବା ଦରଭଙ୍ଗା ଠାରେ ଘଟିଥିବା ଏହି ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାରେ ଆହତଙ୍କ ପାଇଁ ମାଗଣା ଚିକିତ୍ସା ସହିତ ମୃତକଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

Advertisment

ଆଜି ସକାଳୁ ସକାଳୁ ଏକ ବସ୍ ଇନ୍ଦୋର ଅଭିମୁଖେ ବାହାରିଥିଲା । ହେଲେ ବସ୍‌ଟି ଖାରଗୋନର ଟେମଲା ରାସ୍ତାର ଦସଙ୍ଗା ନିକଟରେ ପହଞ୍ଚିବା ପରେ ବସ ଉପରୁ ଡ୍ରାଇଭର ନିୟନ୍ତ୍ରଣ ହରାଇ ବସିଥିଲେ । ଫଳରେ ଅନିୟନ୍ତ୍ରିତ ଯାତ୍ରୀବାହୀ ବସଟି ବ୍ରିଜରୁ ତଳକୁ ଖସିପଡିଥିଲା (bus accident) । ବସଟି ବ୍ରିଜରୁ ଖସିଯିବା ପରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା, ଆଉ ତାହା ଶୁଣି ଆଖପାଖ ଲୋକେ ଘଟଣାସ୍ଥଳ ଆଡକୁ ଦଉଡ଼ିଥିଲେ ।

ଅଧିକ ପଢ଼ନ୍ତୁ: କି ଭୟଙ୍କର ମୃତ୍ୟୁ ! ଦୁର୍ଘଟଣା ପରେ ଅଧ କିମି ଘୋଷାଡ଼ି ନେଲା ବସ୍‌

accident(କି ଭୟଙ୍କର ଦୃଶ୍ୟ)

ଘଟଣାସ୍ଥଳରେ ପହଞ୍ଚିଥିବା ପରେ କାଳବିଳମ୍ବ ନକରି ଗାଁଲୋକ ବସ୍‌ରେ ଫସି ରହିଥିବା ଯାତ୍ରୀମାନଙ୍କୁ ବାହାର କରିବା ସହ ଦୁର୍ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇବା ମାତ୍ରେ ପୋଲିସ ମଧ୍ୟ ଆକ୍ସନ୍‌ ମୋଡକୁ ଆସି ଯାଇଥିଲା । ସଙ୍ଗେ ସଙ୍ଗେ ଘଟଣାସ୍ଥଳକୁ ଆମ୍ବୁଲାନ୍ସକୁ ପଠାଇ ଏକ ପୋଲିସ ଟିମ୍ ସେଠାରେ ପହଞ୍ଚି ଯାଇଥିଲା । ପୋଲିସ ଏବଂ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଗ୍ରାମବାସୀ ଅନେକ ଆହତଙ୍କୁ ଟ୍ରାକ୍ଟର ଟ୍ରଲିରେ ନିକଟସ୍ଥ ଡାକ୍ତରଖାନାକୁ ପଠାଇ ସାରିଥିଲେ ।

Advertisment

ସେଠାରେ ଡାକ୍ତର ୧୫ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ୨୦ ଜଣ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣା ସମ୍ପର୍କରେ ଖରଗୋନ୍‌ର ଏସପି ଧରମବୀର ସିଂ କହିଛନ୍ତି , ବସ୍‌ରେ ପ୍ରାୟ ୫୦ ଜଣ ଲୋକ ଇନ୍ଦୋର ଅଭିମୁଖେ ବାହାରିଥିଲେ । ହେଲେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ୧୫ ଜଣଙ୍କର ଜୀବନ ଚାଲିଯାଇଛି ।

ଏପଟେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାର ବର୍ଗଙ୍କୁ ମଧ୍ୟପ୍ରଦେଶ ସରକାର କ୍ଷତିପୂରଣ ଘୋଷଣା କରିଛନ୍ତି । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି । ଗୁରୁତର ଆହତମାନଙ୍କୁ ୫୦ ହଜାର ଏବଂ ଅନ୍ୟ ଆହତମାନଙ୍କୁ ୨୫ ହଜାର ଟଙ୍କା ପ୍ରଦାନ କରାଯିବ ।

Advertisment

ସେହିପରି ମଧ୍ୟପ୍ରଦେଶ ସରକାର ଦୁର୍ଘଟଣାରେ ଆହତଙ୍କ ପାଇଁ ମାଗଣା ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୁରକ୍ଷିତ ଯାତ୍ରୀଙ୍କୁ ଅନ୍ୟ ବସ୍‌ରୁ ସ୍ଥାନାନ୍ତର କରାଯାଇଛି । ନିକଟସ୍ଥ ଡାକ୍ତରଖାନାରେ ଆହତଙ୍କ ଚିକିତ୍ସା ଚାଲିଛି । ଦୁର୍ଘଟଣାର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ନାହିଁ, ତଥାପି ତୀବ୍ର ବେଗ ଏହାର କାରଣ ହୋଇପାରେ ବୋଲି କୁହାଯାଉଛି ।

Bus Accident Road Accident Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ