Advertisment

ଖୁସିରେ ଘରକୁ ଫେରୁଥିଲେ, ଅଧା ବାଟରେ ଯମ ନେଇଗଲା ଜଣ ଜଣ କରି ଜୀବନ...

ପିକ୍‌ଅପ୍‌ ଭ୍ୟାନ୍‌-ଟ୍ରକ୍‌ ଧକ୍କାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଛତିଶଗଡ଼ରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

ଅଦ୍ୟତନ ହୋଇଛି
Chhattisgarh Road Accident

11 Killed As Pickup Van Collides With Truck

Advertisment

ପିକ୍‌ଅପ୍‌ ଭ୍ୟାନ୍‌-ଟ୍ରକ୍‌ ଧକ୍କାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଛତିଶଗଡ଼ର ବାଲୋଦାବଜାର-ଭାତପଡ଼ା ଜିଲ୍ଲାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତାହତ ସିମ୍‌ଗା ଅଞ୍ଚଳର ଖିଲୋରା ଗାଁର ବୋଲି ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, ଅର୍‌ଜୁନି ଅଞ୍ଚଳରେ ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେଇ ସିଗ୍‌ମା ଅଞ୍ଚଳର ଖିଲୋରା ଗାଁର ବାସିନ୍ଦା ପିକ୍‌ଅପ୍‌ ଭ୍ୟାନ୍‌ରେ ଘରକୁ ଫେରୁଥିଲେ। ଏହି ସମୟରେ ବାଲୋଦାବଜାର-ଭାତପଡ଼ା ରୋଡ୍‌ ଖାମରିଆ ଗାଁ ନିକଟରେ ଏକ ଟ୍ରକ୍‌ ସହ ସେମାନଙ୍କ ଗାଡ଼ି ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ଅଛନ୍ତି। ଏଥିରେ ୧୨ ଜଣ ଆହତ ମଧ୍ୟ ହୋଇଛନ୍ତି।

ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲା। ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯିବା ସହ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠା ଯାଇଛି। 

Advertisment
Road Accident Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ