Advertisment

ଚାଲିଥିଲା ବ୍ରିଜ ନିର୍ମାଣ, ହଠାତ୍ ମଝିରୁ ଭାଙ୍ଗିଗଲା...ଦେଖନ୍ତୁ ଭିଡିଓ

ସୁପୌଲର ବକୌରରୁ ମଧୁବନୀର ଭେଜା ଘାଟ ମଧ୍ୟରେ ନିର୍ମାଣ ହେଉଛି ଭାରତର ସବୁଠୁ ଲମ୍ବା ସଡ଼କ ବ୍ରିଜ୍ । ଆଜି କାମ ଚାଲିଥିବା ବେଳେ ହଠାତ୍ ବ୍ରିଜଟି ମଝିରୁ ଭାଙ୍ଗିଯାଇଥିଲା।

ଅଦ୍ୟତନ ହୋଇଛି
under-construction bridge collapses in Bihar

under-construction bridge collapses in Bihar

Advertisment

ବିହାର ସୁପୌଲରେ କୋସି ନଦୀରେ ବଡ ଧରଣର ଅଘଟଣ । ନଦୀ ଉପରେ ନିର୍ମାଣ ହେଉଥିବା ଦେଶର ସବୁଠାରୁ ଲମ୍ବା ସଡ଼କ ବ୍ରିଜଟି ଅଧାରୁ ଭାଙ୍ଗିଯାଇଛି। ଫଳରେ ପୋଲତଳେ ଚାପିହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଶ୍ରମିକ ଚାପିହୋଇ ରହିଥିବା ସୂଚନା ମିଳିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ସୁପୌଲର ବକୌରରୁ ମଧୁବନୀର ଭେଜା ଘାଟ ମଧ୍ୟରେ ନିର୍ମାଣ ହେଉଛି ଭାରତର ସବୁଠୁ ଲମ୍ବା ସଡ଼କ ବ୍ରିଜ୍ । ଆଜି କାମ ଚାଲିଥିବା ବେଳେ ହଠାତ୍ ବ୍ରିଜଟି ମଝିରୁ ଭାଙ୍ଗିଯାଇଥିଲା। ବ୍ରିଜର ୫୦, ୫୧ ଓ ୫୨ଟି ସ୍ତମ୍ଭର ଘାଟି ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଥିବା କୁହାଯାଉଛି।

Advertisment

ଘଟଣାସ୍ଥଳରେ ଜିଲ୍ଲା ମାଜିଷ୍ଟ୍ରେଟ କୌଶଲ କୁମାର ପହଞ୍ଚିଛନ୍ତି। ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଯାଇ ଘଟଣାର ତଦନ୍ତ କରୁଛନ୍ତି। ତେବେ ଉଦ୍ଧାରାକରୀ ଟିମ୍ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଖୁବଶୀଘ୍ର ସମସ୍ତଙ୍କୁ ଉଦ୍ଧାର କରାଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

୨୦୨୩ ଅଗଷ୍ଟ ସୁଦ୍ଧା ଏହି ସେତୁ ନିର୍ମାଣ କାର୍ଯ୍ୟ ଶେଷ ହେବାର ଥିଲା। ମାତ୍ର କାମ ନରସରିବାରୁ ୨୦୨୪ ଶେଷ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ୫୬ ପ୍ରତିଶତ ସେତୁ କାମ ଶେଷ ହୋଇଛି। ଏଥିରେ ମୋଟ ୧୭୧ଟି ସ୍ତମ୍ଭ ଥିବା ବେଳେ ସେଥିରୁ ୧୬୬ରୁ ଅଧିକ ସ୍ତମ୍ଭ ପ୍ରସ୍ତୁତ ହୋଇସାରିଛି। ଏହି ପୋଲରେ ସମୁଦାୟ ୩ କିଲୋମିଟର ଆପ୍ରୋଚ ରୋଡ ରହିଛି ।

Advertisment

ଗତବର୍ଷ ମଧ୍ୟ ଏହିପରି ଏକ ନିର୍ମାଣାଧୀନ ବ୍ରିଜ ଭୁଶୁଡି ପଡିଥିଲା। ଗଙ୍ଗା ନଦୀରେ ଚାଲିଥିବା ୨୦୦ମିଟର ବ୍ରିଜ ଭୁଶୁଡି ପଡିଥିଲା। ଏହି ଘଟଣାର ଠିକ୍ ବର୍ଷେ ପରେ ପୁଣି ଏକ ଅଘଟଣ ଘଟିଛି।

Bridge Bridge Collapse
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ