Advertisment

ପୂଜା ଚାନ୍ଦା ହେଲା କାଳ ! ସେତୁ ଉପରୁ ୩୦ ଫୁଟ୍‌ ତଳକୁ ଖସିଲା ପିକ୍‌ଅପ୍‌ ଭ୍ୟାନ୍‌...

ଦୁର୍ଘଟଣାରେ ମୃତ୍ୟୁମୁଖରୁ ବର୍ତ୍ତି ଘଟଣାସ୍ଥଳରୁ ଫେରାର ହୋଇଥିଲେ ଡ୍ରାଇଭର । ସେତୁ ଉପରୁ ୩୦ ଫୁଟ୍‌ ତଳକୁ ଖସିଲା ପିକ୍‌ଅପ୍‌ ଭ୍ୟାନ୍‌ ।

ଅଦ୍ୟତନ ହୋଇଛି
Boudh bridge Pickup Van accident

1 dead after vehicle falls 30 feet down off bridge in Boudh

Advertisment

ପୂଜା ଚାନ୍ଦା ହେଲା କାଳ ! ସେତୁ ଉପରୁ ୩୦ ଫୁଟ୍‌ ତଳକୁ ଖସିଲା ପିକ୍‌ଅପ୍‌ ଭ୍ୟାନ୍‌ । ଖୋଦ୍ ଗାଡ଼ି ଡ୍ରାଇଭର ଆଣିଛନ୍ତି ଏଭଳି ଅଭିଯୋଗ । ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରାଯାଇଛି ।

Advertisment

ଦୁର୍ଘଟଣାରେ ମୃତ୍ୟୁମୁଖରୁ ବର୍ତ୍ତି ଘଟଣାସ୍ଥଳରୁ ଫେରାର ହୋଇଥିଲେ ଡ୍ରାଇଭର । ଡ୍ରାଇଭର ଏବେ ଭୟଭୀତ ଅବସ୍ଥାରେ ତାଙ୍କୁ ରକ୍ଷା କରିବା ପାଇଁ ସାମାଜିକ ଗଣମାଧ୍ୟମରେ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ।

ଡ୍ରାଇଭର ଜଣକ କହିଛନ୍ତି ଯେ, ହାଟ ଗାଁ ସେତୁ ପାରି ହେଉଥିବା ବେଳେ କିଛି ଲୋକ ତାଙ୍କୁ ପୂଜା ଚାନ୍ଦା ମାଗିବା ପାଇଁ ଅଟକାଇ ଥିଲେ । ସେ ଗାଡ଼ିକୁ ହଠାତ୍‌ ଅଟକାଇବାକୁ ପ୍ରୟାସ କରିବାରୁ ଭାରସାମ୍ୟ ହରାଇ ସେତୁ ଉପରୁ ୩୦ ଫୁଟ୍‌ ତଳକୁ ଖସି ପଡ଼ିଥିଲା ବୋଲି ଡ୍ରାଇଭର କହିଛନ୍ତି ।

Advertisment

ଦୁର୍ଘଟଣାରେ ଗାଡ଼ିରେ ବସିଥିବା ମାଲିକଙ୍କ ନିଜ ଶାଳକ ତଥା ଆଠମଲ୍ଲିକ ଅଇଡା ପଞ୍ଚାୟତ ଅନ୍ତର୍ଗତ ବଡ଼ବନ୍ଦ ଗାଁର ଟୁନା ସାହୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ବୌଦ୍ଧ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି ।

Road Accident Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ