Advertisment

ଆନ୍ଧ୍ର ଆଲମଣ୍ଡା ଟ୍ରେନ୍ ଟ୍ରାଜେଡିକୁ ୩୬ ଘଣ୍ଟା ବିତିଲା, ଦୁର୍ଘଟଣାର କାରଣ ଏବେ ବି ଅସ୍ପଷ୍ଟ

କେଉଁ କାରଣ ପାଇଁ ଏତେବଡ ଦୁର୍ଘଟଣା ଘଟିଲା ? ଘଟଣାସ୍ଥଳରେ ପହଞ୍ଚି ରେଲୱେ ସେଫଟି କମିଶନରଙ୍କ ତଦନ୍ତ ...ଟ୍ରାକରୁ ବଗି ଉଠିବା ପରେ ଯାଞ୍ଚ କରୁଛନ୍ତି ସେଫ୍ଟି କମିଶନର....

ଅଦ୍ୟତନ ହୋଇଛି
Train Accident,

Train Accident,

Advertisment

ଓଡ଼ିଶା ସୀମାନ୍ତ ଆନ୍ଧ୍ର ପ୍ରଦେଶର ଆଲମଣ୍ଡା ଟ୍ରେନ ଦୁର୍ଘଟଣାକୁ ୩୬ ଘଣ୍ଟା ବିତିଲା । କିନ୍ତୁ କେଉଁ କାରଣ ପାଇଁ ଏତେବଡ ଦୁର୍ଘଟଣା ଘଟିଲା ତାହା ଏପର୍ଯନ୍ତ ସ୍ପଷ୍ଟ ହୋଇନାହିଁ । ଦୁର୍ଘଟଣାସ୍ଥଳରେ ରେଲୱେ ସେଫ୍ଟି କମିଶନର ଓ ଟିମ୍ ପହଞ୍ଚି ଦୁର୍ଘଟଣାର ତଦନ୍ତ କରୁଛନ୍ତି । ଦୁର୍ଘଟଣା ମନୁଷ୍ୟକୃତ କି ବୈଷୟିକ ତ୍ରୁଟି ଯୋଗୁଁ ହୋଇଛି ସେ ନେଇ ତନ୍ନ ତନ୍ନ ଯାଞ୍ଚ ଚାଲିଛି ।

Advertisment

ଗତକାଲି ଟ୍ରାକରୁ ଦୁର୍ଘଟଣାଗ୍ରସ୍ତ ବଗିଗୁଡିକୁ ଉଠାଯିବା ପରେ ସେଇ ରୁଟରେ ଆରମ୍ଭ ହୋଇଛି ଚଳାଚଳ । ରବିବାର ସନ୍ଧ୍ୟାରେ ଆଲମଣ୍ଡା ଷ୍ଟେସନର କିଛି ବାଟ ପୂର୍ବରୁ କଣ୍ଟକାପାଲ୍ଲୀ ପରେ ପରେ ବିଶାଖାପାଟଣା- ପଲାସା ପାସେଞ୍ଜର ଟ୍ରେନକୁ ପଛପଟୁ ଖୁବ ଜୋରରେ ଧକ୍କା ଦେଇଥିଲା ବିଶାଖାପାଟଣା- ରାୟଗଡା ପାସେଞ୍ଜର ଟ୍ରେନ୍। ଦୁର୍ଘଟଣାରେ ପଲାସା ପାସେଞ୍ଜରର ୨ଟି ବଗି ଲାଇନଚ୍ୟୁତ ହୋଇ ଛିଡ଼ା ହୋଇଥିବା ଅନ୍ୟ ଏକ ମାଲ୍ ଗାଡ଼ିରେ ପିଟି ହୋଇଯାଇଥିଲା। ଏଥିରେ ୧୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଯାତ୍ରୀ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ...

ଆନ୍ଧ୍ର ଟ୍ରେନ୍ ଟ୍ରାଜେଡିକୁ ନେଇ ପଛରେ ନିଜ ସଫେଇରେ କହିଛି ପୂର୍ବତଟ ରେଳପଥ। ମୁଖ୍ୟ ଜନସମ୍ପର୍କ ଅଧିକାରୀ କହିଛନ୍ତି,ମନୁଷ୍ୟକୃତ ତ୍ରୁଟିରୁ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ସିଗ୍ନାଲ ଓଭରସୁଟିଂ ଯୋଗୁ ଘଟିଯାଇଛି ଏତେବଡ଼ ବିପଦ। 

Advertisment

ସମସ୍ତଙ୍କ ମନରେ ପ୍ରଶ୍ନ, କ’ଣ ଏ ସିଗ୍ନାଲ ଓଭରସୁଟିଂ ? କେଉଁଠି ରହିଲା ତ୍ରୁଟି? ରେଳ ବିଶେଷଜ୍ଞଙ୍କ ମତରେ, ଦୁର୍ଘଟଣା ଘଟିଥିବା ଟ୍ରେନ ଟ୍ରାକ୍ ଅଟୋମେଟେଡ୍ ସିଗ୍ନାଲଦ୍ବାରା ପରିଚାଳିତ। ଏଣୁ ଯଦି ଗୋଟିଏ ଟ୍ରେନ୍‌କୁ ସିଗ୍ନାଲ ମିଳିଥାଏ, ପଛରେ ଆସୁଥିବା ଟ୍ରେନକୁ ଦେଢ଼ କିଲୋମିଟର ପୂର୍ବରୁ ରେଡ୍ ସିଗ୍ନାଲ ଦେଖାଇଥାଏ। ଯେହେତୁ ରେଲୱେ ସିଗ୍ନାଲିଂ ବ୍ୟବସ୍ଥା ଫେଲ୍ ସେଫ୍ ବ୍ୟବସ୍ଥାରେ ପରିଚାଳିତ, ଯଦି ସିଗ୍ନାଲ ଫେଲ ହୋଇଥାନ୍ତା, ଅନ୍ୟ ସିଗ୍ନାଲ ବି ରେଡ୍ ହୋଇଥାନ୍ତା ଓ ଦୁର୍ଘଟଣାକୁ ଏଡ଼ାଯାଇପାରିଥାନ୍ତା ।

କିନ୍ତୁ ଆନ୍ଧ୍ର ଟ୍ରେନ ଟ୍ରାଜେଡିରେ ସିଗ୍ନାଲ ଠିକ୍ ରହିଥିବା ଜଣାପଡ଼ିଛି। ତେଣୁ ଲୋକୋପାଇଲଟ ଓ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ରେଡ୍ ସିଗ୍ନାଲକୁ ଠିକ୍ ଭାବେ ଦେଖିପାରିନାହାନ୍ତି ବା ଅନ୍ୟ କିଛି ଅସୁବିଧା ହୋଇଛି। ଅଥବା ଅଧିକ ବେଗରେ ଟ୍ରେନ ଥିବାରୁ ସେମାନେ ବିପଦ ଜାଣି ବି ଟ୍ରେନକୁ ଅଟକାଇପାରି ନାହାନ୍ତି। ଫଳରେ ଏଭଳି ଏକ ଦୁର୍ଘଟଣା ଘଟିଛି ।

Advertisment
Train Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ