Advertisment

American Trade Office Issues: ପାକିସ୍ତାନ କବଜା କରିଥିବା ପିଓକେ ଭାରତର; ଘାଇଲା ଚୀନ, ପାକିସ୍ତାନ

ଆମେରିକାର ମାନଚିତ୍ରକୁ ନେଇ ଘାଇଲା ଚୀନ, ପାକିସ୍ତାନ। ମାନଚିତ୍ରରେ କାଶ୍ମୀରକୁ ଭାରତର ଦର୍ଶାଇଛି ଆମେରିକା। ପାକ୍ ଅଧିକୃତ କାଶ୍ମୀର POKକୁ ମଧ୍ୟ ଭାରତର ଦର୍ଶାଇଛି। ଅକସାଇ ଚୀନକୁ ମଧ୍ୟ ଭାରତର ଦର୍ଶାଇଛି ଆମେରିକା। ଏହି ମାନଚିତ୍ରକୁ ନେଇ ଚୀନ, ପାକିସ୍ତାନକୁ ଝଟକା।

author-image
Pramod Behera
American Trade Office Issues

ପାକିସ୍ତାନ କବଜା କରିଥିବା ପିଓକେ ଭାରତର Photograph: (OTV)

ପାକିସ୍ତାନ କବଜା କରିଥିବା ପିଓକେ ଭାରତର। ପିଓକେକୁ ଭାରତର ଏକ ଅଂଶ ଭାବେ ଦର୍ଶାଇଛି ଆମେରିକା। ଭାରତ ସହ ବାଣିଜ୍ୟ ଚୁକ୍ତି ପରେ ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କ କାର୍ଯାଳୟ ପକ୍ଷରୁ ଏହି ମ୍ୟାପ୍ ଜାରି ହୋଇଛି। ଯେଉଁଥିରେ କାଶ୍ମୀର, ପିଓକେ ଓ ଅକସାଇ ଚୀନକୁ ଭାରତର ବୋଲି ମାନଚିତ୍ରରେ ଦର୍ଶାଯାଇଛି। ପୂର୍ବରୁ ମଧ୍ୟ ପିଓକେକୁ ନେଇ ଆମେରିକା ତାର ବୟାନ ଜାରି କରି ଆସିଛି। 

Advertisment

ପ୍ରସଙ୍ଗ ଦ୍ୱିପାକ୍ଷିକ ଏବଂ ଏହା ଭାରତ-ପାକିସ୍ତାନ ମିଶି ସମାଧାନ କରିବା ଉଚିତ ବୋଲି ପୂର୍ବରୁ କହିଥିଲା ଆମେରିକା। ଏବେ ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କ କାର୍ଯ୍ୟାଳୟରୁ ପୋଷ୍ଟରେ ଦେଖାଯାଇଥିବା ମାନଚିତ୍ରୁକୁ ନେଇ ପାକିସ୍ତାନକୁ ଲାଗିଛି ଝଟକା। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ପ୍ରଶାସନ ପକ୍ଷରୁ ଏହି ମ୍ୟାପ ଜାରି ହେବା ପରେ ଭାରତ ପ୍ରତି ଆମେରିକାର ଆଭିମୁଖ୍ୟ ପରିବର୍ତ୍ତନ ହୋଇଛି। 


ଏହି ପଦକ୍ଷେପ ପରେ ଭାରତ ପ୍ରତି ଆମେରିକାର ଆଭିମୁଖ୍ୟରେ ପରିବର୍ତ୍ତନ ବୋଲି କୁହାଯାଉଛି। ଟାରିଫ ବିବାଦ ପରେ ଧିରେ ଧିରେ ଭାରତ ଆମେରିକା ସମ୍ପର୍କ ସୁଧୁରିବାରେ ଲାଗିଛି। ଏହି ସମୟରେ ଭାରତ ଆମେରିକା ବାଣିଜ୍ୟ ଚୁକ୍ତି ମଧ୍ୟ ସମ୍ପର୍କକୁ ଆହୁରି ନିକଟତର କରିଛି। ଭାରତ ଉପରେ ଲଗାଇଥିବା ଟାରିଫ ୫୦ ପ୍ରତିଶତରୁ ୧୮ ପ୍ରତିଶତରୁ ହ୍ରାସ କରିଛି ଆମେରିକା। 

Advertisment

ଏହାଦ୍ୱାରା ଭାରତୀୟ ଉତ୍ପାଦିତ ସାମଗ୍ରୀ ରପ୍ତାନୀ ବୃଦ୍ଧି ପାଇବ। ଏହି ମ୍ୟାପରେ ଅକସାଇ ଚୀନକୁ ମଧ୍ୟ ଭାରତର ଦର୍ଶାଇଛି ଆମେରିକା। ଅକସାଇ ଚୀନକୁ ନେଇ ଭାରତ ଓ ଚୀନ ମଧ୍ୟରେ ବିବାଦ ଲାଗି ରହିଛି। ଅକସାଇ ଚୀନକୁ ଚାଇନା ନିଜର ଦାବି କରି ଆସୁଛି। ଏହି ମ୍ୟାପ ଜାରି ପରେ ଚୀନକୁ ବି ଲାଗିଛି ଝଟକା।

  • ଆମେରିକାର ମାନଚିତ୍ରକୁ ନେଇ ଘାଇଲା ଚୀନ, ପାକିସ୍ତାନ
  • ଚିତ୍ରରେ କାଶ୍ମୀରକୁ ଭାରତର ଦର୍ଶାଇଛି ଆମେରିକା
  • ପାକ୍ ଅଧିକୃତ କାଶ୍ମୀର POKକୁ ମଧ୍ୟ ଭାରତର ଦର୍ଶାଇଛି
  • ଅକସାଇ ଚୀନକୁ ମଧ୍ୟ ଭାରତର ଦର୍ଶାଇଛି ଆମେରିକାଏହି ମାନଚିତ୍ରକୁ ନେଇ ଚୀନ, ପାକିସ୍ତାନକୁ ଝଟକା
  • ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କ କାର୍ଯାଳୟ ପକ୍ଷରୁ ଜାରି ଏହି ମ୍ୟାପ୍
  • ଆମେରିକା ଆଭିମୁଖ୍ୟରେ ପରିବର୍ତ୍ତନ ନେଇ ଚର୍ଚ୍ଚା
  • ଟାରିଫ୍ ବିବାଦ ପରେ ପ୍ରଭାବିତ ହୋଇଥିଲା ଭାରତ-ଆମେରିକା ସମ୍ପର୍କ
  • ଧିରେ ଧିରେ ଭାରତ-ଆମେରିକା ସମ୍ପର୍କରେ ଆସୁଛି ସୁଧାର
  • ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରେ ସମ୍ପର୍କ ଆହୁରି ସୁଦୃଢ଼
  • ଭାରତ ଉପରେ ଟାରିଫ୍ ୫୦ରୁ କମାଇ ୧୮% କରିଛି ଆମେରିକା
America PoK Pakistan
Advertisment
Advertisment