Advertisment

US Agrees to Trade Deal with India: ମୋଦିଙ୍କ ଆଗରେ ନଇଁଲେ ଟ୍ରମ୍ପ, ଫୋନ କରି କଲେ ବଡ଼ ଘୋଷଣା

ଭାରତ ଉପରୁ ଟାରିଫ କମାଇଲେ ଟ୍ରମ୍ପ। ୨୫% ଟାରିଫକୁ ୧୮%କୁ ହ୍ରାସ କଲା ଆମେରିକା। ଟାରିଫ ହ୍ରାସ ନେଇ ବଡ଼ ଘୋଷଣା କଲେ ଟ୍ରମ୍ପ। ଭାରତ ସହ ଟ୍ରେଡ୍ ଡିଲ୍ ନେଇ ଘୋଷଣା କଲେ ଟ୍ରମ୍ପ।

Donald Trump-Narendra Modi

Donald Trump-Narendra Modi Photograph: (OTV)

Advertisment

ଭାରତ ସହ ଟ୍ରେଡ୍ ଡିଲ୍ ପାଇଁ ଆମେରିକା ରାଜି। ପିଏମ୍ ମୋଦିଙ୍କ ସହ ଫୋନରେ କଥା ହେବା ପରେ ବଡ଼ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏଥିସହ ଭାରତ ଉପରେ ଲାଗିଥିବା ଟାରିଫକୁ ୫୦ରୁ ୧୮ ପ୍ରତିଶତକୁ ହ୍ରାସ କରିଛନ୍ତି। ଟ୍ରେଡ୍ ଡିଲ୍ ନେଇ ଟ୍ରମ୍ପ ଘୋଷଣା କରିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରି କଥା ହୋଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏନେଇ ସୂଚନା ଦେଇଥିଲେ ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ସର୍ଜିଓ ଗୌର। ଏହାର କିଛି ସମୟ ପରେ ଭାରତ ଉପରୁ ଟାରିଫକୁ ୧୮ ପ୍ରତିଶତକୁ ହ୍ରାସ କରିବା ସହ ଟ୍ରେଡ୍ ଡିଲ୍ ନେଇ ଆମେରିକା ରାଜି ହୋଇଥିବା ଜଣାଇଛନ୍ତି ଟ୍ରମ୍ପ।

Narendra Modi India Donald Trump US Trade Deal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ