UPSC 2025 Result Photograph: (OTV)
୨୦୨୫ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଫଳ ପ୍ରକାଶ ପାଇଛି। ୟୁପିଏସି ଦ୍ୱାରା ପରିଚାଳିତ ୨୦୨୫ର ସିଭିଲ୍ ସର୍ଭିସ୍ ରେଜଲ୍ଟ ଆଜି ପ୍ରକାଶ ପାଇଛି। ସମୁଦାୟ ୯୫୮ ଜଣ ପ୍ରାର୍ଥୀ ଚୟନ ହୋଇଛନ୍ତି। ଅନୁଜ ଅଗ୍ନିହୋତ୍ରୀ UPSC ୨୦୨୫ ଟପ୍ପର ହୋଇଥିବା ବେଳେ ଦ୍ବିତୀୟ ସ୍ଥାନରେ ରାଜେଶ୍ବରୀ ସୁଭେ ରହିଛନ୍ତି। ତୃତୀୟରେ ଅକାଂଶ ଧୂଲ୍ ରହିଛନ୍ତି। ଚତୁର୍ଥରେ ଇଶାନ ଭଟ୍ଟନାଗର, ପଞ୍ଚମରେ ଜିନିଆ ଅରୋରା ରହିଛନ୍ତି।
ପ୍ରିଲିମ୍ସ ପରୀକ୍ଷା ୨୫ ମେ ୨୦୨୫ରେ ଅନୁଷ୍ଠିତ ହୋଇଥିଲା। ମେନ୍ ପରୀକ୍ଷା ୨୨ ଅଗଷ୍ଟ ରୁ ୩୧ ଅଗଷ୍ଟ, ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଶେଷ ପର୍ଯ୍ୟାୟ, ବ୍ୟକ୍ତିତ୍ୱ ପରୀକ୍ଷା ବା ସାକ୍ଷାତକାର, ୨୭ ଫେବୃଆରୀ, ୨୦୨୬ ରେ ଶେଷ ହୋଇଥିଲା।
ପରୀକ୍ଷାର୍ଥୀମାନେ ୟୁପିଏସସିର ଅଫିସିଆଲ୍ ୱେବସାଇଟ୍ upsc.gov.in ଏବଂ upsconline.nic.in ରେ ସେମାନଙ୍କର ଫଳାଫଳ ଦେଖିପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/06/upsc-2025-result-2026-03-06-14-37-06.jpg)