Advertisment

Gunfire Erupts in Saranda Jungle: ସରଣ୍ଡା ଜଙ୍ଗଲରେ ଫୁଟୁଛି ଗୁଳି, ଓଡ଼ିଶା ସୀମାରେ କଡ଼ାକଡ଼ି ସୁରକ୍ଷା

ସୁରକ୍ଷା ବାହିନୀଙ୍କ ଗୁଳିରେ ଟଳିଲେ ଆଉ ୨ ନକ୍ସଲ୍। ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ସୁରକ୍ଷା ବଳର ସର୍ଚ୍ଚ ଅପରେସନ ବେଳେ ଏପର୍ଯ୍ୟନ୍ତ ମୋଟ୍ ୧୮ ଜଣ ମାଓବାଦୀ ନିହତ ହୋଇଛନ୍ତି।

Maoists Killed

Maoists Killed Photograph: (OTV)

Advertisment

ସୁରକ୍ଷା ବାହିନୀଙ୍କ ଗୁଳିରେ ଟଳିଲେ ଆଉ ୨ ନକ୍ସଲ୍। ଟପ୍ ଦୁଇ ମାଓ କ୍ୟାଡର୍ ନିହତ। ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ସୁରକ୍ଷା ବଳର ସର୍ଚ୍ଚ ଅପରେସନ ବେଳେ ଆଉ ୨ ମାଓବାଦୀ ନିହତ ହୋଇଛନ୍ତି। ଏହି ଅପରେସନରେ ଏପର୍ଯ୍ୟନ୍ତ ମୋଟ୍ ୧୮ ଜଣ ମାଓବାଦୀ ନିହତ ହେଲେଣି । 

Advertisment

ଗତ ଗୁରୁବାର ସୁରକ୍ଷା ବାହିନୀ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ବେଳେ ଟଳିଥିଲେ ୧୬ ମାଓବାଦୀ । ଗତକାଲି ପୁଣି ସୁରକ୍ଷା ବଳର ସର୍ଚ୍ଚ ଅପରେସନ୍ ବେଳେ ଆଉ ୨ ଟପ୍ କ୍ୟାଡର୍ ମାଓବାଦୀ ନିହତ ହୋଇଛନ୍ତି । ମୃତକ ଦୁଇ ମାଓବାଦୀ ରପା ମୁଣ୍ଡା ଓ ସମା। ସରଣ୍ଡା ଜଙ୍ଗଲରୁ ମାଓ ଦମନକୁ ଜୋରଦାର କରିଛନ୍ତି ଝାଡ଼ଖଣ୍ଡ-ଓଡିଶା ପୋଲିସ। 

ଘଟଣାସ୍ଥଳରୁ ବିପୁଳ ମାରଣାସ୍ତ୍ର, ଅତ୍ୟାଧୁନିକ ଇନ୍ ସାସ୍ ରାଇଫଲ୍ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଘଞ୍ଚ ଜଙ୍ଗଲ ମଧ୍ୟରେ ନକ୍ସଲଙ୍କୁ ଖୋଜିବାକୁ ହେଲିକପ୍ଟର ଓ ଡ୍ରୋନ୍  ବ୍ୟବହାର କରାଯାଇଛି। ଆକାଶମାର୍ଗରୁ ଜଙ୍ଗଲ ଭିତରେ ନକ୍ସଲଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି। ଓଡ଼ିଶା ସୀମାରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି ।

Advertisment

ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ଫୁଟୁଛି ଗୁଳି 
ସର୍ଚ୍ଚ ଅପରେସନ୍ ବେଳେ ଟଳିଲେ ଆଉ ୨ ଟପ୍ କ୍ୟାଡର ମାଓବାଦୀ 
ଅପରେସନରେ ଏପର୍ଯ୍ୟନ୍ତ ନିହତ ହେଲେଣି ୧୮ ଜଣ ମାଓବାଦୀ 
ଘଞ୍ଚ ଜଙ୍ଗଲରେ ନକ୍ସଲଙ୍କୁ ଖୋଜିବାକୁ ହେଲିକପ୍ଟର ଓ ଡ୍ରୋନ୍ ବ୍ୟବହାର
ଓଡ଼ିଶା ସୀମାରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି

Anti-Maoist Operations
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ