Advertisment

Train Travel Gets Costlier: ଟ୍ରେନ ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା: ଟିକେଟ୍‌ ଦର ବଢାଇଲା ରେଲୱେ

ଟ୍ରେନ ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା। ମହଙ୍ଗା ହେଲା ଟ୍ରେନ ଟିକେଟ୍। ଭଡା ବଢାଇଲା ରେଲୱେ। ବର୍ଷ ଶେଷରେ ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା। ଏଣିକି ଆହୁରି ମହଙ୍ଗା ହୋଇଗଲା ଟ୍ରେନ ଯାତ୍ରା।

Railway Fare Hike

Railway Fare Hike Photograph: (OTV)

Advertisment

ବର୍ଷ ଶେଷରେ ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା । ଏଣିକି ଆହୁରି ମହଙ୍ଗା ହୋଇଗଲା ଟ୍ରେନ ଯାତ୍ରା । ବଢିଲା ଟିକେଟ୍ ଦାମ୍ । ଜେନେରାଲରୁ ନେଇ ଏସି କ୍ଲାସ୍ ଯାଏଁ, ଟିକେଟ୍‌ ଦର ବଢାଇଲା ରେଲୱେ । ଯାତ୍ରୀ ପକେଟ୍‌ ଉପରେ ବଢିଲା ବୋଝ । ଖାସ୍ କରି ଦୂରକୁ ଯାତ୍ରା କରୁଥିବା ଯାତ୍ରୀମାନେ ଏବେଠୁ ଅଧିକ ଖର୍ଚ୍ଚାନ୍ତ ହେବେ ।

Advertisment

ନୂଆ ଦର ଅନୁସାରେ, ସାଧାରଣ ବର୍ଗରେ ୨୧୫ କି.ମିରୁ ଅଧିକ ଯାତ୍ରା ପାଇଁ କିଲୋମିଟର ପିଛା ୧ ପଇସା ବଢିଛି ଭଡା । ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍‌ରେ ନନ୍ ଏସି ପାଇଁ କିଲୋମିଟର ପିଛା ୨ ପଇସା, AC କ୍ଲାସ୍‌ ପାଇଁ ମଧ୍ୟ କିଲୋମିଟର ପିଛା ୨ ପଇସା ବୃଦ୍ଧି କରାଯାଇଛି । ସେହିଭଳି ନନ୍ ଏସିରେ ୫୦୦ କିମି ଯାତ୍ରା ପାଇଁ ଅଧିକ ୧୦ ଟଙ୍କା ଦେବାକୁ ପଡ଼ିବ । ଆସନ୍ତା ୨୬ ତାରିଖରୁ ଲାଗୁ ହେବ ଏହି ନୂଆ ଦର ।

ବର୍ଦ୍ଧିତ ଭଡା ଦ୍ୱାରା ଭାରତୀୟ ରେଲୱେ ଚଳିତ ବର୍ଷ ୬୦୦ କୋଟି ଟଙ୍କାର ଆୟ କରିବା ନେଇ ଅନୁମାନ କରାଯାଉଛି । ତେବେ ଲୋକାଲ ଟ୍ରେନ୍ ଓ ମାସିକିଆ ଟିକେଟରେ କୌଣସି ବୃଦ୍ଧି ନାହିଁ । ନୂଆ ଦର ଅନୁସାରେ, ଅର୍ଡିନାରୀ କ୍ଲାସ୍‌ରେ ୨୧୫ କିଲୋମିଟର ଯାତ୍ରା ପାଇଁ କୌଣସି ଅତିରିକ୍ତ ରାଶି ଦେବାକୁ ହେବନି ।

Advertisment

ଆମ ଦେଶରେ ଟ୍ରେନ ଯାତାୟତ ଓ ପରିବହନର ଏକ ପ୍ରମୁଖ ମାଧ୍ୟମ । ଗରିବଠୁ ନେଇ ସାଧାରଣ କର୍ମଚାରୀଟିଏ ପ୍ରତିଦିନ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ଟ୍ରେନରେ ଯାତ୍ରା କରିଥାନ୍ତି । ଏମିତିରେ ବର୍ଷ ଶେଷରେ ଟ୍ରେନ ଭଡା ବଢିବା ଯାତ୍ରୀଙ୍କ ପାଇଁ ଝଟ୍‌କା ।

Increase In Train Ticket Price Indian Railway
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ