Advertisment

Durgapur Gang Rape Case: ଦୁର୍ଗାପୁର ଗଣଦୁଷ୍କର୍ମ: ୩ ଅଭିଯୁକ୍ତ ଗିରଫ

ଦୁର୍ଗାପୁର ଗଣଦୁଷ୍କର୍ମ ଘଟଣାର ୩୬ ଘଣ୍ଟା ପରେ ଗିରଫ ହେଲେ ଅଭିଯୁକ୍ତ। ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା କରି ପୋଲିସର ତଦନ୍ତ ଜାରି ରହିଛି। ଡାକ୍ତରଖାନାରେ ପୀଡ଼ିତାଙ୍କର ଚିକିତ୍ସା ଚାଲିଛି।

DURGAPUR-ACCUSSED-AREEST

DURGAPUR-ACCUSSED-AREEST Photograph: (OTV)

Advertisment

ପଶ୍ଚିମବଙ୍ଗ ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ୩ ଅଭିଯୁକ୍ତ ଗିରଫ । ଘଟଣାର ୩୬ ଘଣ୍ଟା ପରେ ଗିରଫ ହେଲେ ଅଭିଯୁକ୍ତ । ଆଉ କିଛି ଜଣ ଫେରାର ଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତ କିଏ ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନି। ଅଭିଯୁକ୍ତଙ୍କୁ ବାନ୍ଧି ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ । କ୍ରାଇମ ସ୍ପଟରେ ଡ୍ରୋନ୍ ଡରିଆରେ ତଦନ୍ତ କରାଯାଉଛି । ଜଙ୍ଗଲ ଉପରେ ଡ୍ରୋନ୍ ଉଡ଼ାଇ ପ୍ରମାଣ ଖୋଜୁଛି ପୋଲିସ । 
ଦୁର୍ଗାପୁର ମେଡ଼ିକାଲ୍ କଲେଜର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହ ଜଘନ୍ୟ କାଣ୍ଡ ଘଟାଇଥିଲେ ୪ରୁ୫ ଜଣ ଦୁର୍ବୃତ୍ତ । ପୁରୁଷ ବନ୍ଧୁଙ୍କ ଉପସ୍ଥିତିରେ ମାଡ଼ ମାରିବା ସହ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ଏପଟେ ଡାକ୍ତରଖାନାରେ ପୀଡ଼ିତାଙ୍କର ଚିକିତ୍ସା ଚାଲିଛି । ପୀଡ଼ିତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସୁଥିବା କହିଛନ୍ତି ବାଲେଶ୍ବରରୁ ଯାଇଥିବା ସ୍ବତନ୍ତ୍ର ଟିମ୍।

Advertisment

ଅଧିକ ଦେଖନ୍ତୁ:

Gang Rape Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ