Advertisment

Abid Ali Arrested: ଦେଶର ବଡ଼ କ୍ରିମିନାଲ୍, ୧୪ ରାଜ୍ୟ ଚଲାଉଥିଲା କ୍ରାଇମ୍ ଗ୍ୟାଙ୍ଗ୍

ବଲିଉଡର ସୁପରହିଟ୍ ଫିଲ୍ମ ‘ଧୁରନ୍ଧର’ରେ ରହମାନ୍ ଡାକୁ ନାଁରେ ମୁଖ୍ୟ ଖଳନାୟକଙ୍କୁ ଦର୍ଶକ ଦେଖିଛନ୍ତି । ଆଉ ସେହି ଫିଲ୍ମର କାଳ୍ପନିକ କାହାଣୀ ଗୁଜରାଟର ସୁରତରେ ଏକଦମ୍ କପି-ପେଷ୍ଟ ଭଳି ରିୟଲ ଦେଖାଇଛି ପୋଲିସ ।

author-image
Tanmay Kumar Mahalik
Real life Rahman Dakait

Real life Rahman Dakait Photograph: (OTV)

ଅପରାଧ ସାମ୍ରାଜ୍ୟର ବିଗ୍ ଭିଲେନ୍ ଆବିଦ୍ ଅଲ୍ଲି । ଦେଶର ୧୪ ରାଜ୍ୟରେ ରଚୁଥିଲା ଆତଙ୍କ । ୬ଟି ଗ୍ୟାଙ୍ଗ ପାଇଁ ଆବିଦ୍ କରୁଥିଲା ଅପରାଧ ପ୍ଲାନ୍ । ଫିଲ୍ମ ଷ୍ଟାଇଲରେ ଗଢ଼ିଥିଲା ନିଜ କ୍ରାଇମ୍ କ୍ୟାରିୟର ।

Advertisment

ବଲିଉଡର ସୁପରହିଟ୍ ଫିଲ୍ମ ‘ଧୁରନ୍ଧର’ରେ ରହମାନ୍ ଡାକୁ ନାଁରେ ମୁଖ୍ୟ ଖଳନାୟକଙ୍କୁ ଦର୍ଶକ ଦେଖିଛନ୍ତି । ଆଉ ସେହି ଫିଲ୍ମର କାଳ୍ପନିକ କାହାଣୀ ଗୁଜରାଟର ସୁରତରେ ଏକଦମ୍ କପି-ପେଷ୍ଟ ଭଳି ରିୟଲ ଦେଖାଇଛି ପୋଲିସ । 

ଅପରାଧୀର ପ୍ରକୃତ ନାଁ ଆବିଦ୍ ଅଲି । କିନ୍ତୁ ତା’ର ବିଭିନ୍ନ ନାଁ ରହିଛି ।  ଯେମିତି କି ରାଜୁ, ଅବାସ୍ ଅଲି ଓ ରହମାନ୍ ଡାକୁ ଭଳି ଅନେକ ନାଁ । ମଧ୍ୟପ୍ରଦେଶର ଭୋପାଳ ଇରାନୀ ଡେରା ଅଞ୍ଚଳର ଏହି ଅପରାଧୀ ୧୨ରୁ ୧୪ଟି ରାଜ୍ୟରେ ୬ଟି ଗ୍ୟାଙ୍ଗ ଚଲାଉଥିଲା । ଡକାୟତି, ଜମି ଦଖଲ, ଠକେଇ ଏବଂ ଏମିତି କି ମିଛ ପୋଲିସ ସଜି ଲୁଟ କରୁଥିଲେ ଏହି ସବୁ ଗ୍ୟାଙ୍ଗ । ଆଉ ସମସ୍ତ ଗ୍ୟାଙ୍ଗ ଗୁଡ଼ିକର ମୁଖ୍ୟ ଥିଲା ଆବିଦ୍ ଅଲି । ସବୁତକ କ୍ରାଇମ୍ ନେଟୱର୍କ ଆବିଦର ଇସାରାରେ ହିଁ ହେଉଥିଲା । ଆଉ ଏମାନଙ୍କ ମୁଖ୍ୟ ଟାର୍ଗେଟରେ ରହୁଥିଲେ ବୃଦ୍ଧ-ବୃଦ୍ଧା । ନିଜେ ସାମ୍ନାକୁ ନ ଆସି ଫୋନ୍ ଓ ମଧ୍ୟସ୍ଥିଙ୍କ ମାଧ୍ୟମରେ ଅପରାଧ କରୁଥିଲେ ।

Advertisment

ସୁରତ କ୍ରାଇମ୍ ବ୍ରାଞ୍ଚ ଆବିଦ୍ ଅଲିକୁ ଗିରଫ କରିଛି । ଭୋପାଳରେ ପୋଲିସର ବଡ଼ଧରଣର କୁମ୍ବିଂ ପରେ ଆବିଦ୍ ମହାରାଷ୍ଟ୍ର ପଳାଇଥିଲା । ପରେ ସେଠାରୁ ସୁରତରେ ପହଞ୍ଚିଥିଲା । ଏନେଇ ବିଶେଷ ସୂତ୍ରରୁ ପୋଲିସ ସୂଚନା ପାଇବା ପରେ ଇନ୍ସପେକ୍ଟର J.N. ଗୋସ୍ୱାମୀ ଓ ତାଙ୍କ ଟିମ୍ ବିନା ଫାୟାରଂରେ ଆବିଦ୍ ଅଲିକୁ ଗିରଫ କରିଛନ୍ତି । ପୋଲିସ ଆବିଦକୁ ନେଇ ଆହୁରି କହିଛି, ଏମାନେ କେବଳ ଲୁଟ ନୁହେଁ, ବିଭିନ୍ନ ଅପରାଧରେ ମଧ୍ୟ ଜଡିତ ଅଛନ୍ତି । ବର୍ତ୍ତମାନ ତାଙ୍କୁ ଗିରଫ କରାଯାଇଛି, ଆଗକୁ ଆହୁରି ସେମାନଙ୍କ ଠାରୁ ଅନେକ ତଥ୍ୟ ସଂଗ୍ରହ କରାଯିବ ବୋଲି ପୋଲିସ କହିଛି ।

ଖାଲି ଏତିକି ନୁହେଁ, ଆବିଦ ଅଲି ଏବଂ ତା’ ଭାଇ ଜାକିର ଅଲି ଦୁହେଁ ମିଶି ଅପରାଧ ଅପରେସନ ଗୁଡ଼ିକୁ ପରିଚାଳନା କରୁଥିଲେ । କେଉଁ ରାଜ୍ୟରେ କେଉଁ ଗ୍ୟାଙ୍ଗ୍ କ’ଣ କରିବେ ଏମାନେ ସ୍ଥିର କରୁଥିଲେ । ପୋଲିସ କହିଛି ଯେ, ଆବିଦ ଖୁବ୍ କମ୍ ଅପରାଧ ମାଟିରେ ପାଦ ଥୋଇ କାମକରେ । ହେଲେ ଅପରାଧର ସବୁ ପ୍ଲାନିଂ ସେ ନିଜେ କରେ । ଅପରାଧୀଙ୍କୁ ତଦାରଖ କରିବା ସହ କାମ ଠିକ୍ ହେଲାକି ନାହିଁ ଆବିଦ ବୁଝେ ।

ପୂର୍ବରୁ ଏକ ଭୟଙ୍କର ଘଟଣାରେ, ଆବିଦ ଏବଂ ତାଙ୍କ ଭାଇ ଭୋପାଳରେ ଜଣେ ସାମ୍ବାଦିକ, ସବିର ଅଲିଙ୍କୁ ଜୀବନ୍ତ ଜାଳି ଦେବାକୁ ଚେଷ୍ଟା କରିଥିଲା ବୋଲି ଅଭିଯୋଗ ହୋଇଥିଲା । ଅନେକ ଗ୍ୟାଙ୍ଗ ସଦସ୍ୟଙ୍କୁ ଅସ୍ତ୍ରଶସ୍ତ୍ର ସହିତ ଗିରଫ କରାଯାଇଛି । ଆବିଦର ନେଟୱାର୍କ ଏବଂ କାର୍ଯ୍ୟର ଅଧିକ ଖୁଲାସା ପାଇଁ ପଚରାଉଚରା ଜାରି ରହିଛି।

Loot Crime Bangalore
Advertisment
Related Articles
Advertisment