Supreme Court Photograph: (OTV)
UGCର ନୂଆ ନିୟମକୁ ସୁପ୍ରିମକୋର୍ଟଙ୍କ ଝଟକା। ଉଚ୍ଚ ଶିକ୍ଷା ପ୍ରତିଷ୍ଠାନରେ ‘ସମାନତା ପ୍ରୋତ୍ସାହନ ନିୟମାବଳୀ-୨୦୨୬’ ଉପରେ ରୋକ ଲଗାଇଛନ୍ତି ସବୋର୍ଚ୍ଚ ଅଦାଲତ। UGCର ଏହି ନୂଆ ନିୟମ ବିରୋଧରେ ସୁପ୍ରିମକୋର୍ଟରେ ଏକାଧିକ ଆବେଦନ ହୋଇଥିଲା। ଏହା ସାଧାରଣବର୍ଗ ଅର୍ଥାତ ଜେନେରାଲ୍ କାଟାଗୋରୀ ପିଲାଙ୍କ ପ୍ରତି ଅନ୍ୟାୟ ଓ ଅଧିକାର କ୍ଷୂର୍ଣ୍ଣ ହେଉଥିବା ଅଭିଯୋଗ କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା।
ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହା ଉପରେ ରୋକ ଲଗାଇବା ସହ କେନ୍ଦ୍ର ସରକର ଓ UGCକୁ ଜବାବ ମାଗିଛନ୍ତି। UGC ନୂଆ ନିୟମର ବୈଧତା ଯାଞ୍ଚ କରାଯିବ, ଯେଉଁ ନିୟମକୁ ଲାଗୁ କରାଯାଇଛି ତାହା ଅପବ୍ୟବହାର ହୋଇପାରେ।
ତେଣୁ ଏହା ଉପରେ ସମ୍ପୂର୍ଣ୍ଣ ଅନୁଧ୍ୟାନ ପରେ ହି ଏହାର କାର୍ଯ୍ୟକାରିତା ନେଇ ଚିନ୍ତା କରିହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ମାର୍ଚ୍ଚ ୧୯ରେ ମାମଲାର ପରବର୍ତ୍ତି ଶୁଣାଣି ହେବ, ସେ ଯାଏଁ UGC ୨୦୧୨ ରେଗୁଲେସନ୍ ଲାଗୁ ହେବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/29/supreme-court-2026-01-29-14-19-31.jpg)