Advertisment

Stray Dog Killed Girl: କୁନି ଝିଅକୁ ଝୁଣି ଖାଇଗଲା ବୁଲା କୁକୁର, ଖେଳୁ ଖେଳୁ ଜୀବନ ଗଲା

କୁନି ଝିଅକୁ ଝୁଣି ଖାଇଗଲା ବୁଲା କୁକୁର । ଖେଳୁଥିବା ବେଳେ ଖିନଭିନ୍ କରି ମାରିଦେଲା ବୁଲା କୁକୁର । ସାମ୍ନାକୁ ଆସିଛି ଏମିତି ଏକ ହୃଦୟ ବିଦାରକ ଘଟଣା । ପୁଣି ଜୀବନ ନେଇଛି ବୁଲା କୁକୁର ।

Stray-Dog-Killed-Minor-Girl-pkg

Stray-Dog Photograph: (OTV)

Advertisment

କୁନି ଝିଅକୁ ଝୁଣି ଖାଇଗଲା ବୁଲା କୁକୁର । ଖେଳୁଥିବା ବେଳେ ଖିନଭିନ୍ କରି ମାରିଦେଲା । ସାମ୍ନାକୁ ଆସିଛି ଏମିତି ଏକ ହୃଦୟ ବିଦାରକ ଘଟଣା । ପୁଣି ଜୀବନ ନେଇଛି ବୁଲା କୁକୁର । କୁକୁର କାମୁଡାରେ ଜଣେ ୧୦ ବର୍ଷୀୟା ନାବାଳିକାର ମୃତ୍ୟୁ ହୋଇଛି ।

Advertisment

ଖେଳିବା ହେଲା କାଳ:

ଝିଅଟି ଘରେ ବାହାରେ ଖେଳୁଥିଲା । ସେଠି କୁଆଡୁ ଗୋଟିଏ ବୁଲା କୁକୁର ଆସି ପିଲାଟି ଉପରେ ଝାମ୍ପି ପଡିଥିଲା । ତଳେ ଗଡେଇ ତଡେଇ କରି କାମୁଡି ଲହୁଲୁହାଣ କରି ପକାଇଥିଲା । ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିଲା । ହେଲେ ଜୀବନ ମରଣ ସହ ସଂଗ୍ରାମ କରିବା ପରେ ଶେଷରେ ସବୁଦିନ ପାଇଁ ଆଖି ବୁଜିଦେଇଛି ଝିଅକ । କର୍ଣ୍ଣାଟକର ବଗଲକୋଟ ଜିଲ୍ଲାରେ ଘଟିଛି ଏହି ଘଟଣା ।

ମୃତ ନାବାଳିକା ଚତୁର୍ଥୀ ଶ୍ରେଣୀରେ ପଢୁଥିଲେ । ସପ୍ତାହେ ତଳେ ତାଙ୍କୁ କୁକୁର କାମୁଡିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଗଲକୋଟ ଜିଲ୍ଲା ହସ୍ପିଟାଲ ଓ ପରେ କିମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ମୁହଁ ଓ ଆଖିରେ ଗୁରୁତର କ୍ଷତ ଯୋଗୁଁ ପିଲାଟିର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି ।  

Advertisment

ବଢୁଛି କୁକୁର କାମୁଡା ମୃତ୍ୟୁ:

ଝିଅର ମୃତ୍ୟୁ ପାଇଁ ସ୍ଥାନୀୟ ପ୍ରଶାସନକୁ ଦାୟୀ କରିଛନ୍ତି ତାଙ୍କର ବାପା । ବୁଲା କୁକୁର ଆତଙ୍କ ରୋକିବା ଦିଗରେ ପ୍ରଶାସନିକ ଅଧିକାରୀଙ୍କ ଉଦାସିନତା ନେଇ ସେ ଅଭିଯୋଗ କରିଛନ୍ତି । ସେପଟେ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି ସ୍ଥାନୀୟ ପ୍ରଶାସନ ।
ଦୁଇ ଦିନ ତଳେ କୁକୁର କାମୁଡାକୁ ନେଇ ବଡ଼ ରାୟ ଦେଇଥିଲେ ସୁପ୍ରିମକୋର୍ଟ । ବୁଲା କୁକୁର କାମୁଡିଲେ, କାମୁଡିବା ଯୋଗୁଁ କାହାର ମୃତ୍ୟୁ ହେଲେ ରାଜ୍ୟ ସରକାର ଦାୟୀ ରହିବେ । ମୋଟା ଅଙ୍କର କ୍ଷତିପୂରଣ ଦେବେ । ବୁଲା କୁକୁରଙ୍କୁ ଖାଇବାକୁ ଦେଉଥିବା ବ୍ୟକ୍ତି ଓ ସଂଗଠନ ବି ଆଇନଗତ ଦାୟୀ ରହିବେ । 

ବ୍ୟୁରୋ ରିପୋର୍ଟ, ଓଟିଭି 

Karnataka Stray Dog Attack Stray Dog Menace
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ