Advertisment

Modi Malaysia Visit: ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସହିତ ମୋଦିଙ୍କ ଆଲୋଚନା

ଆଜି ମୋଦି-ମାଲେସିଆ ପିଏମ ଆଲୋଚନା। ମାଲେସିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସହିତ ମୋଦିଙ୍କ ଆଲୋଚନା। ଦୁଇ ଦେଶର ସମ୍ପର୍କକୁ ଅଧିକ ସୁଦୃଢ଼ କରିବାକୁ ହେବ ବୁଝାବଣା।

author-image
Pramod Behera
Modi Malaysia Visit

ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସହିତ ମୋଦିଙ୍କ ଆଲୋଚନା Photograph: (OTV)

ଦୁଇଦିନିଆ ମାଲେସିଆ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସହିତ ମୋଦିଙ୍କ ଗୁରୁତ୍ବପୂର୍ଣ୍ଣ ଆଲୋଚନା ରହିଛି। ଦୁଇ ଦେଶର ସମ୍ପର୍କକୁ ଅଧିକ ସୁଦୃଢ଼ କରିବାକୁ ଏକାଧିକ ଦ୍ବିପାକ୍ଷିକ ବୁଝାମଣା ହେବ। 

Advertisment

ଉଭୟଙ୍କ ମଧ୍ୟରେ ପ୍ରତିରକ୍ଷା, ଆର୍ଥିକ ଏବଂ ବ୍ୟବସାୟିକ ସମ୍ପର୍କକୁ ନେଇ ଆଲୋଚନା ହେବାନେଇ ସୂଚନା ମିଳିଛି। ଯେହେତୁ ମାଲେସିଆ ଉପରେ ସର୍ବଦା ଚୀନର ନଜର ରହିଛି, ତେଣୁ ନୂଆଦିଲ୍ଲୀ ସହ କ୍ବାଲାଲାମ୍ପୁରର ସଂପର୍କକୁ ବେଶ୍ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। 

ଗତକାଲି କ୍ବାଲାଲାମ୍ପୁରରେ ସମ୍ବୋଧନ ଅବସରରେ ମୋଦି କହିଥିଲେ, ଭାରତ-ମାଲେସିଆ ସଂପର୍କ ଶିଖର ଛୁଇଁବ। ଆପଣମାନେ ରୁଟି ସହ ମାଲବାର ପରଟାକୁ ଯୋଡ଼ିଛନ୍ତି। ସେମିକଣ୍ଡକଣ୍ଟରରୁ ଡିଜିଟାଲ୍ ଟେକ୍ନୋଲଜିକୁ ନେଇ ଉଭୟ ଦେଶ ମଧ୍ୟରେ ସହଯୋଗ ଜାରି ରହିବ। ଏହି ଅବସରରେ ଉଭୟ ଦେଶର ରାଷ୍ଟ୍ରମୁଖ୍ୟ ଗୋଟିଏ କାରରେ ବିମାନ ବନ୍ଦରରୁ ପ୍ରସ୍ଥାନ କରିଥିଲେ।

Advertisment

  • ଆଜି ମୋଦି-ମାଲେସିଆ ପିଏମ ଆଲୋଚନା
  • ମାଲେସିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ଆଜି ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସହିତ ମୋଦିଙ୍କ ଆଲୋଚନା
  • ଦୁଇ ଦେଶର ସମ୍ପର୍କକୁ ଅଧିକ ସୁଦୃଢ଼ କରିବାକୁ ହେବ ବୁଝାବଣା
  • ପ୍ରତିରକ୍ଷା, ଆର୍ଥିକ, ବ୍ୟବସାୟିକ ସମ୍ପର୍କକୁ ନେଇ ଆଲୋଚନା ହୋଇପାରେ
  • ମାଲେସିଆ ଉପରେ ସର୍ବଦା ଚୀନର ନଜର ରହିଛି
  • ନୂଆଦିଲ୍ଲୀ ସହ କ୍ବାଲାଲାମ୍ପୁରର ସଂପର୍କ ବେଶ୍ ଗୁରୁତ୍ବପୂର୍ଣ୍ଣ
  • ଭାରତ-ମାଲେସିଆ ସଂପର୍କ ଶିଖର ଛୁଇଁବ: ମୋଦି
Narendra Modi Malaysia PM Narendra Modi
Advertisment
Advertisment