Advertisment

National: ପୁଅ ଆଶାରେ ୧୦ ଝିଅ

ପୁଅଝିଅ ସମାନ ବୋଲି ସମସ୍ତେ ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ଏହା କେବଳ କଥାରେ । ଆଜିବି ଲୋକେ ପୁଅ ପାଇଁ ପାଗଳ। ପୁଅଟିଏ ପାଇଁ ସେମାନେ ଯେକୌଣସି ସ୍ତରକୁ ଖସି ଯାଇପାରନ୍ତି। ପୁଅ ପାଗଳ ଏକ ଦମ୍ପତି ୧୦ କନ୍ୟା ସନ୍ତାନ ପରେ ପୁଅ ପାଇଛନ୍ତି।

National

National Photograph: (OTV)

Advertisment

ପୁଅଝିଅ ସମାନ ବୋଲି ସମସ୍ତେ ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ଏହା କେବଳ କଥାରେ । ଆଜିବି ଲୋକେ ପୁଅ ପାଇଁ ପାଗଳ। ପୁଅଟିଏ ପାଇଁ ସେମାନେ ଯେକୌଣସି ସ୍ତରକୁ ଖସି ଯାଇପାରନ୍ତି। ଏପରି ଏକ ଘଟଣା ହରିୟାଣାର ଫତେହାବାଦ ଜିଲ୍ଲାର ଢାଣି ଭୋଜରାଜ ଗାଁରେ ଦେଖିବାକୁ ମିଳିଛି।

Advertisment

ବିବାହର ୧୯ ବର୍ଷ ପରେ ଏକ ଦମ୍ପତି ପୁତ୍ର ସନ୍ତାନ ଲାଭ କରିଛନ୍ତି। କିନ୍ତୁ ତାହା ପୂର୍ବରୁ ସେମାନେ ୧୦ କନ୍ୟା ସନ୍ତାନଙ୍କ ପିତାମାତା ହୋଇସାରିଥିଲେ। ୧୦ ଝିଅଙ୍କ ଲାଳନପାଳନ ସମେତ ପରିବାରର ଆର୍ଥିକ ବୋଝ ପରେ ବି ସଞ୍ଜୟ ଓ ପତ୍ନୀ ସୁନୀତାଙ୍କ ପୁଅ ଆଶା କିନ୍ତୁ ମଉଳି ନ ଥିଲା। ଶେଷରେ ବୟସର ଅପରାହ୍ନରେ ଏହି ଦମ୍ପତି ଏକ ପୁତ୍ର ସନ୍ତାନ ପ୍ରାପ୍ତ କରିଛନ୍ତି। ମାତ୍ର  ପୁଅ ପାଗଳ ସଞ୍ଜୟ ନିଜ ସମସ୍ତ ଝିଅଙ୍କ ନାଁ ମନେ ରଖି ପାରି ନ ଥିବା ସ୍ବୀକାର କରିଛନ୍ତି।

ସଞ୍ଜୟ ଏବଂ ତାଙ୍କ ପତ୍ନୀ ସୁନୀତା ୧୯ ବର୍ଷ ପୂର୍ବେ ବିବାହ କରିଥିଲେ। ନିଜ ବଂଶରକ୍ଷା ପାଇଁ ସେମାନେ ପୁଅ ଚାହୁଁଥିଲେ । ହେଲେ ପୁଅ ଆଶାରେ ୧୦ ଝିଅର ବାପାମା ହୋଇଥିଲେ। । ତାଙ୍କର ବଡ଼ ଝିଅ ୧୮ ବର୍ଷ ବୟସର ଏବଂ ଦ୍ୱାଦଶ ଶ୍ରେଣୀରେ ପଢ଼ୁଛି। ଅନ୍ୟ ଝିଅମାନେ ମଧ୍ୟ ପାଠ ପଢ଼ୁଛନ୍ତି। ଆର୍ଥିକ ପ୍ରତିବନ୍ଧକ ସତ୍ତ୍ୱେ ସଞ୍ଜୟ ଏବଂ ସୁନୀତା ସର୍ବଦା ସେମାନଙ୍କ ଝିଅମାନଙ୍କର ଶିକ୍ଷାକୁ ଯଥାସମ୍ଭବ ଗୁରୁତ୍ବ ଦେଉଥିବା କହିଛନ୍ତି।

Advertisment

ପୁଅ ଜନ୍ମ ପରେ ସଞ୍ଜୟଙ୍କ ପରିବାର ସଦସ୍ୟ ଖୁସିରେ ଉଛୁଳି ପଡ଼ିଛନ୍ତି। ତେବେ ସେମାନଙ୍କର ଖୁସି କେବଳ ପୁଅ ପର୍ଯ୍ୟନ୍ତ ସୀମିତ ନୁହେଁ। ସେମାନଙ୍କ ଝିଅମାନେ ମଧ୍ୟ ସେମାନଙ୍କ ପାଇଁ ସମାନ ଗୁରୁତ୍ୱପୂର୍ଣ୍ଣ ବୋଲି ସଞ୍ଜୟ ଓ ତାଙ୍କ ପତ୍ନୀ କହିଛନ୍ତି। ତେବେ ଏହି ଖବର ପ୍ରଚାରିତ ହେବା ପରେ ସୋଶାଲ ମିଡିଆରେ ଏହି ଦମ୍ପତିଙ୍କୁ ଖୁବ୍ ଟ୍ରୋଲ କରାଯାଇଛି। 

National
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ