Advertisment

Army Hunts Terrorists: ଲୁଚିଛନ୍ତି ପାକିସ୍ତାନୀ ଆତଙ୍କୀ, ବରଫ ଉପରେ ଭାରତୀୟ ଯବାନଙ୍କ ଅପରେସନ୍

ବରଫ ପାହାଡ଼ରେ ଆତଙ୍କୀଙ୍କ ଉପରେ ନଜର। ବରଫ ଉପରେ ଭାରତୀୟ ଯବାନଙ୍କ ଅପରେସନ୍। ଶୀତକୁ ଖାତିର ନକରି ଶତୃକୁ ତନ୍ନତନ୍ନ କରି ଖୋଜୁଛନ୍ତି। ୩୦-୩୫ ଜଣ ପାକିସ୍ତାନୀ ଆତଙ୍କୀ ଲୁଚିଥିବା ସୂଚନା।

Army Hunts Terrorists

Army Hunts Terrorists Photograph: (OTV)

Advertisment

ବରଫ ପାହାଡ଼ରେ ଆତଙ୍କୀଙ୍କ ଉପରେ କଡ଼ା ନଜର। ଶୀତକୁ ଖାତିର ନକରି ଶତୃକୁ ତନ୍ନତନ୍ନ କରି ଖୋଜୁଛନ୍ତି ଯବାନ। ଜମ୍ମୁ-କାଶ୍ମୀରର ଡୋଡା ଏବଂ କିସ୍ତୱାର ଅଞ୍ଚଳର ବରଫ ଭିତରେ ଚାଲିଛି ସର୍ଚ୍ଚ ଅପରେସନ୍। ୩୦-୩୫ ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଗୁଇନ୍ଦା ସୂଚନା ଦେବାପରେ ଛାନଭିନ ଚଳାଇଛନ୍ତି ଯବାନ। 

Advertisment

କଠିନ ପାଗ ସତ୍ତ୍ୱେ, ଜୀବନକୁ ବାଜି ଲଗାଇ ଭାରତୀୟ ସେନା ବରଫାବୃତ ଅଞ୍ଚଳରେ ଆତଙ୍କବାଦୀଙ୍କ ବିରୋଧରେ କମ୍ବିଂ ଅପରେସନ ଜାରି ରଖିଛି। ସ୍ପେଶାଲ୍ ଅପରେସନରେ ଜମ୍ମୁ-କାଶ୍ମୀର ପୋଲିସ ଏବଂ ସିଆରପିଏଫ ମଧ୍ୟ ସାମିଲ ହୋଇଛି । ଗୁଇନ୍ଦା ସୂଚନା ଅନୁସାରେ, ଆତଙ୍କବାଦୀମାନେ ଡୋଡା ଏବଂ କିସ୍ତୱାରରେ ଲୁଚି ରହିଛନ୍ତି । 

ଏଣୁ ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟଗୁଡ଼ିକୁ ଆତଙ୍କବାଦ ବିରୋଧୀ କାର୍ଯ୍ୟ ପାଇଁ ଏହି ବିପଜ୍ଜନକ ଅଞ୍ଚଳରେ ନିୟୋଜିତ କରାଯାଇଛି। ଡ୍ରୋନ ଏବଂ ଥର୍ମାଲ୍ ଇମେଜିଂ ଭଳି ଅତ୍ୟାଧୁନିକ ଟେକ୍ନୋଲୋଜି ଅପରେସନରେ ସାମିଲ ହୋଇଛି ।

Advertisment

ବରଫ ପାହାଡ଼ରେ ଆତଙ୍କୀଙ୍କ ଉପରେ ନଜର
ବରଫ ଉପରେ ଭାରତୀୟ ଯବାନଙ୍କ ଅପରେସନ୍
ଶୀତକୁ ଖାତିର ନକରି ଶତୃକୁ ତନ୍ନତନ୍ନ କରି ଖୋଜୁଛନ୍ତି
ଜମ୍ମୁ-କାଶ୍ମୀର ଡୋଡା ଏବଂ କିସ୍ତୱାରରେ ଆତଙ୍କୀ ଥିବା ସୂଚନା
୩୦-୩୫ ଜଣ ପାକିସ୍ତାନୀ ଆତଙ୍କୀ ଲୁଚିଥିବା ସୂଚନା
ଗୁଇନ୍ଦା ସୂଚନା ପରେ ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟର ଛାନଭିନ
ଡ୍ରୋନ ଏବଂ ଥର୍ମାଲ୍ ଇମେଜିଂ ଟେକ୍ନୋଲୋଜିରେ ଅପରେସନ୍
ବରଫାବୃତ ଅଞ୍ଚଳରେ ଚାଲିଛି କମ୍ବିଂ ଅପରେସନ

Indian Army Jammu And Kashmir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ