Advertisment

Shubhanshu Shukla Honored with Ashoka Chakra: ମହାକାଶଚାରୀ ଶୁଭାଂଶୁ ଶୁକ୍ଲାଙ୍କୁ ଅଶୋକ ଚକ୍ର ସମ୍ମାନ ପ୍ରଦାନ

ମହାକାଶଚାରୀ ଶୁଭାଂଶୁ ଶୁକ୍ଲାଙ୍କୁ ଅଶୋକ ଚକ୍ର ସମ୍ମାନ ପ୍ରଦାନ। ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ସମାରୋହରେ ଏହି ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

Shubhanshu Shukla

Shubhanshu Shukla Photograph: (OTV)

Advertisment

ମହାକାଶଚାରୀ ଶୁଭାଂଶୁ ଶୁକ୍ଲାଙ୍କୁ ଅଶୋକ ଚକ୍ର ସମ୍ମାନ ପ୍ରଦାନ। ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ସମାରୋହରେ ଏହି ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭାରତର ସର୍ବୋଚ୍ଚ ଶାନ୍ତିକାଳୀନ ବୀରତ୍ୱ ପୁରସ୍କାର ହେଉଛି ଅଶୋକ ଚକ୍ର। ଅଶୋକ ଚକ୍ର ସମ୍ମାନ ପାଇଁ ଶୁଭାଂଶୁ ଶୁକ୍ଳାଙ୍କ ନାଁ ଘୋଷଣା ହୋଇଥିଲା। 

Advertisment

ଆଜି ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି ଏହି ସମ୍ମାନ ପ୍ରଦାନ କରିଛନ୍ତି। ସାଧାରଣତନ୍ତ୍ର ଦିବସ ସମାରୋହରେ ସର୍ବୋଚ୍ଚ ସାମରିକ ବୀରତ୍ୱ ସମ୍ମାନ ଅଶୋକ ଚକ୍ର ଏବଂ ପରମବୀର ଚକ୍ର ପ୍ରଦାନ କରାଯାଇଥାଏ। ଦେଶରେ ପ୍ରଥମଥର ଲାଗି ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ଯାତ୍ରା କରି ଇତିହାସ ରଚିଛନ୍ତି ମହାକାଶଚାରୀ ଶୁଭାଂଶୁ ଶୁକ୍ଲା। 

୧୯୮୪ରେ ସ୍କ୍ୱାର୍ଡନ ଲିଡର ରାକେଶ ଶର୍ମାଙ୍କ ପରେ ମହାକାଶ ଯାତ୍ରା କରିବାରେ ଦ୍ୱିତୀୟ ଭାରତୀୟ ପାଟଲିଛନ୍ତି ଶୁଭାଂଶୁ ଶୁକ୍ଲା। ପୂର୍ବରୁ ରାକେଶ ଶର୍ମାଙ୍କୁ ମଧ୍ୟ ଅଶୋକ ଚକ୍ରରେ ସମ୍ମାନିତ କରାଯାଇଥିଲା। ଶୁଭାଂଶୁ ଶୁକ୍ଲାଙ୍କ ସମେତ ମୋଟ ୭୦ ଜଣ ସଶସ୍ତ୍ର ବାହିନୀ କର୍ମଚାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। 

Advertisment

ସେହିଭଳି ୩ଟି କୀର୍ତ୍ତି ଚକ୍ର, ଗୋଟିଏ ମରଣୋତ୍ତର ସହିତ ୧୩ଟି ଶୌର୍ଯ୍ୟ ଚକ୍ର, ଗୋଟିଏ ବାର୍ ଟୁ ସେନା ମେଡାଲ୍, ୫ଟି ମରଣୋତ୍ତର ସହିତ ୪୪ଟି ସେନା ମେଡାଲ୍, ୨ଟି ବାୟୁସେନା ମେଡାଲ୍ ରହିଛି। ରାଷ୍ଟ୍ରପତି ୩୦୧ ଜଣ କର୍ମଚାରୀଙ୍କୁ ସେନା ସମ୍ମାନ/ସେନା ପଦକ ପ୍ରଦାନ ପାଇଁ ମଧ୍ୟ ଅନୁମୋଦନ ଦେଇଛନ୍ତି।

ମହାକାଶଚାରୀ ଶୁଭାଂଶୁ ଶୁକ୍ଲାଙ୍କୁ ଅଶୋକ ଚକ୍ର ସମ୍ମାନ ପ୍ରଦାନ 
୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ ସମ୍ମାନ ପ୍ରଦାନ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଦାନ କଲେ ସମ୍ମାନ
ଭାରତର ସର୍ବୋଚ୍ଚ ଶାନ୍ତିକାଳୀନ ବୀରତ୍ୱ ପୁରସ୍କାର ଅଶୋକ ଚକ୍ର
ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ଯାତ୍ରା ପାଇଁ ଶୁଭାଂଶୁଙ୍କୁ ସମ୍ମାନ

Advertisment
Shubhanshu Shukla Ashoka Chakra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ