Advertisment

Severe Air Pollution: ଦିଲ୍ଲୀକୁ କଲବଲ କରୁଛି ବାୟୁ ପ୍ରଦୂଷଣ, ସଂଘାତିକ ଭାବେ ପ୍ରଭାବିତ ବିମାନ ଚଳାଚଳ

ବାୟୁ ପ୍ରଦୂଷଣରେ କଲବଲ ଦିଲ୍ଲୀ। କୁହୁଡ଼ି ସହିତ ପ୍ରଦୂଷଣରେ ଆକ୍ତାମାକ୍ତା ରାଜଧାନୀ। ଦିଶୁନି ସୂର୍ଯ୍ୟ, ଘନ କୁହୁଡ଼ିରେ ଆଚ୍ଛାଦିତ ସମଗ୍ର ଅଞ୍ଚଳ। ୫୦ ମିଟର ଆଗକୁ ଦେଖିବା ବି ସମ୍ଭବ ହେଉନି।

DELHI POLLUTION

DELHI POLLUTION Photograph: (OTV)

Advertisment

ବାୟୁ ପ୍ରଦୂଷଣରେ କଲବଲ ଦିଲ୍ଲୀ । କୁହୁଡ଼ି ସହିତ ପ୍ରଦୂଷଣରେ ଆକ୍ତାମାକ୍ତା ରାଜଧାନୀ । ଦିଶୁନି ସୂର୍ଯ୍ୟ, ଘନ କୁହୁଡ଼ିରେ ଆଚ୍ଛାଦିତ ସମଗ୍ର ଅଞ୍ଚଳ। ୫୦ ମିଟର ଆଗକୁ ଦେଖିବା ବି ସମ୍ଭବ ହେଉନି । ଗତକାଲି ବାୟୁର ମାନ ଅତି ସାଂଘାତିକ ଶ୍ରେଣୀକୁ ଚାଲିଯାଇଥିଲା। ଯାହାର ପ୍ରଭାବ ପଡ଼ିଥିଲା ଉଭୟ ବିମାନ ଓ ରେଳ ଚଳାଚଳ ଉପରେ । 

Advertisment

ଦିଲ୍ଲୀରେ ୨୨୮ ବିମାନ ବାତିଲ ହୋଇଥିବାବେଳେ ୪୦୦ ବିମାନର ଚଳାଚଳ ବିଳମ୍ବ ହୋଇଥିଲା। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କିମ୍ବଦନ୍ତୀ ଫୁଟବଲର ମେସୀଙ୍କ ବିମାନ ବି ଡିଲେ ହୋଇଥିଲା । ବିଶେଷ କରି ଦିଲ୍ଲୀରୁ ମୁମ୍ବାଇ, କୋଲକାତା, ଚେନ୍ନାଇ, ଲକ୍ଷ୍ନୌ ଓ ବିଦେଶକୁ ଯିବାକୁ ଥିବା ଯାତ୍ରୀ ଅସୁବିଧା ଭୋଗିଥିଲେ। ୯୦ରୁ ଅଧିକ ଟ୍ରେନ୍ ବିଳମ୍ବରେ ଚାଲିଥିଲା। 

ଆଗକୁ ମଧ୍ୟ ଘନ କୁହୁଡ଼ି ଯୋଗୁ ବିମାନ ଚଳାଚଳ ପ୍ରଭାବିତ ହୋଇପାରେ ବୋଲି ଦିଲ୍ଲୀ ବିମାନବନ୍ଦର ପକ୍ଷରୁ କୁହାଯାଇଛି । ପ୍ରଦୂଷଣ ସାଂଘାତିକ ସ୍ତରକୁ ଯିବା ପରେ ସୁପ୍ରିମ୍ କୋର୍ଟ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି । ସେପଟେ ନର୍ସରିରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅନ୍ ଲାଇନରେ ପାଠପଢ଼ା ପାଇଁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର ।

Advertisment

•    ଦିଲ୍ଲୀକୁ କଲବଲ କରୁଛି ବାୟୁ ପ୍ରଦୂଷଣ
•    ସଂଘାତିକ ଭାବେ ପ୍ରଭାବିତ ବିମାନ ଚଳାଚଳ 
•    ଗତକାଲି ପ୍ରାୟ ୨୨୮ ବିମାନ ବାତିଲ
•    ବିଳମ୍ବରେ ଉଡ଼ିଲା ୪୦୦ରୁ ଅଧିକ ଫ୍ଲାଇଟ୍
•    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ବି ବିଳମ୍ବିତ
•    କେବଳ ଇଣ୍ଡିଗୋର ୧୭୦ଟି ଉଡ଼ାଣ ବାତିଲ
•    ୯୦ରୁ ଅଧିକ ଟ୍ରେନ୍ ବିଳମ୍ବରେ ଚାଲିଲା
•    ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ
•    ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅନଲାଇନରେ ପାଠପଢା

Delhi Air Pollution
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ